୪ ଓଡ଼ିଆ ଯୁବତୀ ବିହାରରେ ପଣବନ୍ଦୀ: ଭୁବନେଶ୍ୱରରେ କାମ ଦେବାକୁ କହି ବିହାରରେ ନଚାଉଛନ୍ତି

Advertisment

ଭୁବନେଶ୍ୱରର ଏକ ବିସ୍କୁଟ୍‌ କମ୍ପାନିରେ କାମ ଦେବାକୁ କହି ଓଡ଼ିଶାର ଯୁବତୀମାନଙ୍କୁ ବିହାର ନେଇ ଅର୍କେଷ୍ଟାରେ ନଚାଯିବା ସହ ପଣବନ୍ଦୀ କରି ରଖାଯାଇଛି। ସେଠାରୁ ତିନିଜଣ ଯୁବତୀ କୌଶଳକ୍ରମେ ଖସି ଆସିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଭୁବନେଶ୍ୱରର ଏକ ବିସ୍କୁଟ୍‌ କମ୍ପାନିରେ କାମ ଦେବାକୁ କହି ଓଡ଼ିଶାର ଯୁବତୀମାନଙ୍କୁ ବିହାର ନେଇ ଅର୍କେଷ୍ଟାରେ ନଚାଯିବା ସହ ପଣବନ୍ଦୀ କରି ରଖାଯାଇଛି। ସେଠାରୁ ତିନିଜଣ ଯୁବତୀ କୌଶଳକ୍ରମେ ଖସି ଆସିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ପ୍ରେମିକକୁ ବାନ୍ଧି ପିଟିଲେ

ରାଜନଗର: ଭୁବନେଶ୍ୱରର ଏକ ବିସ୍କୁଟ୍‌ କମ୍ପାନିରେ କାମ ଦେବାକୁ କହି ଓଡ଼ିଶାର ଯୁବତୀମାନଙ୍କୁ ବିହାର ନେଇ ଅର୍କେଷ୍ଟାରେ ନଚାଯିବା ସହ ପଣବନ୍ଦୀ କରି ରଖାଯାଇଛି। ସେଠାରୁ ତିନିଜଣ ଯୁବତୀ କୌଶଳକ୍ରମେ ଖସି ଆସିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଏବେ ବି ରାଜନଗର ଥାନା ଅଞ୍ଚଳର ଜଣେ ଯୁବତୀ ଓ ସାଲେପୁର ଅଞ୍ଚଳର ୩ ଜଣ ଯୁବତୀ ବିହାରରେ ପଣବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ନଦେଇ ନିର୍ଯାତନା ଦିଆଯାଉଥିବା ରାଜନଗର ଥାନାରେ ଅଭିଯୋଗ ହୋଇଛି।

ରାଜନଗର ବ୍ଲକ୍‌ ସାନବଡ଼ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଭାଟପଡ଼ା ଗ୍ରାମର ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ତାଙ୍କର ଝିଅ ଓ ଝିଆରୀ (ଉଭୟଙ୍କ ବୟସ ୧୯ବର୍ଷ)ଙ୍କୁ ଗତ ଅକ୍ଟୋବରରେ ଭୁବନେଶ୍ୱରର ଏକ ବିସ୍କୁଟ୍‌ କମ୍ପାନିରେ କାମ ଦେବାକୁ କହି ନିଶ୍ଚିନ୍ତକୋଇଲି ଥାନା କାନପୁର ଗାଁର ଶଙ୍କର ଭଞ୍ଜ ନେଇ ଯାଇଥିଲେ। ଭୁବନେଶ୍ବରର ବିସ୍କୁଟ୍‌ ଫ୍ୟାକ୍ଟ୍ରିରେ ସେମାନେ ତିନିଦିନ କାମ କରିଥିଲେ। ଏହାପରେ କମ୍ପାନିର ନୂଆ ଫ୍ୟାକ୍ଟ୍ରିରେ କାମ କରିବାକୁ କହି ସେମାନଙ୍କୁ ସେ ବିହାର ନେଇଯାଇଥିଲେ। ସେଠାରେ ସଞ୍ଜୟ ଭୁବନ ନାମକ ବ୍ୟକ୍ତିଙ୍କ ନିକଟରେ ଝିଅ, ଝିଆରୀ ଓ ସାଲେପୁର ଅଞ୍ଚଳର ୪ଜଣ ଯୁବତୀଙ୍କୁ ଛାଡ଼ି ଶଙ୍କର ଚାଲିଆସିଥିଲେ। ଏହାପରେ ସଞ୍ଜୟ ଭୁବନ ସେମାନଙ୍କୁ ଅର୍କେଷ୍ଟା ପାର୍ଟିରେ ନିୟୋଜିତ କରିଥିଲେ। ଯୁବତୀମାନେ ଅର୍କେଷ୍ଟାରେ କାମ କରିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଯୁବତୀମାନେ ଶଙ୍କରଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥି‌ଲା। ଅର୍କେଷ୍ଟାରେ କାମ ନକଲେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ଅର୍କେଷ୍ଟାରେ ଗାତ ଖୋଳିବା ଠାରୁ ନାଚିବା ଯାଏ କାମରେ ଯୁବତୀମାନଙ୍କୁ ନିୟୋଜିତ କରାଯାଉଥିଲା। ସେମାନଙ୍କ ମୋବାଇଲ୍‌ ବି’ ଛଡ଼ାଇ ନିଆଯାଇଥିଲା।

ଯୁବତୀମାନଙ୍କୁ ବାହାରକୁ ଛଡ଼ା ନ ଯାଇ ୨୪ ଘଣ୍ଟା ନଜର ରଖାଯାଉଥିଲା। ତେବେ ୧୨ତାରିଖ ରାତିରେ ୩ଜଣ କୌଶଳକ୍ରମେ ଖସି ଆସି ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସିଥିଲେ। ଏ ନେଇ ଜଣେ ଯୁବତୀଙ୍କ ବାପା ରାଜନଗର ଥାନାରେ ଏତଲା ଦେବାକୁ ଯାଇଥିଲେ। ହେଲେ, ଉକ୍ତ ଘଟଣା ବିହାରରେ ଘଟିଛି ବୋଲି କହି ପୁଲିସ ତାଙ୍କ ଅଭିଯୋଗ ପ୍ରଥମେ ଗ୍ରହଣ ନ କରି ଫେରାଇ ଦେଇଥିଲା। ତେବେ ରାଜନଗର ଥାନା ଆଇଆଇସି ଅଜୟ କୁମାର ଜେନା ଆଜି ଅଭିଯୋଗକାରୀଙ୍କୁ ଡକାଇ ଏତଲା ଗ୍ରହଣ କରିଥିଲେ। ସେଠାରୁ ୩ଜଣ ଯୁବତୀ ଖସି ଆସିଥିବା ବେଳେ ୪ଜଣ ଯୁବତୀଙ୍କୁ ଏବେ ବି ପଣବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପଣବନ୍ଦୀ ଥିବା ଯୁବତୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe