ଚାପିଦେଲା ହାଇୱା, ପରିବାରର ୪ ମୃତ

Advertisment
ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳୁନି: ୩୬ ଘଣ୍ଟାରେ ୪୫ ମୃତ

new indian express

ଗଁଦିଆ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଟୋଲରପଶି ନିକଟରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୨ ଜଣ ଆଖି ବୁଜିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ବୟକୁ ଜବତ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଖଙ୍କିରା ପଞ୍ଚ‌ାୟତ ଫୁଲଝର ଗାଁର ଗୋବିନ୍ଦ ଦେଓଗମ୍‌ (୨୫), ସୁମିତ୍ରା ଦେଓଗମ୍‌ (୨୫) ଓ ସୁମିତ୍ରାଙ୍କ ଝିଅ (୧୦) କଟକ ଯିବା ପାଇଁ ଆଜି ଅପରାହ୍‌ଣରେ ଘରୁ ବାହାରିଥିଲେ। ଗୋବିନ୍ଦଙ୍କ ସାଙ୍ଗ ସନାତନ ସିଂ (୩୫) ସେମାନଙ୍କୁ ଏକ ବାଇକ୍‌‌ (ଓଡି-୦୬-ଏମ୍‌-୯୨୨୩)ରେ ନେଇ ଟୋଲରପଶି ଆଣିଥିଲେ। ସେଠାରେ ସେମାନେ ବସ୍‌ରେ କଟକ ଯାଇଥା’ନ୍ତେ। କିନ୍ତୁ ବସ୍‌ ନ ପାଇବାରୁ ସନାତନ ସେମାନଙ୍କୁ ସ୍ଥାନୀୟ ଚଢ଼େଇଧରା ବସ୍‌ଷ୍ଟାଣ୍ଡକୁ ନେଇ ଯାଉଥି‌ଲେ। ତେବେ ଟୋଲରପଶି ଛକ ନିକଟ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ସାମ୍ନାପଟୁ ଆସୁଥିବା ଏକ ହାଇୱା (ଓଡି-୦୪-ଭି-୬୭୨୭) ସେମାନଙ୍କ ବାଇକ୍‌କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ଓ ପରେ ଢେଙ୍କାନ‌ାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନିହଲପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକ ସେଠାରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe