କୂଳ ଖାଉଛି ସମୁଦ୍ର: ଆତଙ୍କିତ ଅବସ୍ଥାରେ ୪ ପଞ୍ଚାୟତବାସୀ

Advertisment
କୂଳ ଖାଉଛି ସମୁଦ୍ର: ଆତଙ୍କିତ ଅବସ୍ଥାରେ ୪ ପଞ୍ଚାୟତବାସୀ

ଚନ୍ଦନେଶ୍ୱର: କୂଳ ଖାଉଛି ସମୁଦ୍ର। ଫଳରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଧୀନ ୪ଟି ପଞ୍ଚାୟତର ଲୋକମାନେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। କେବଳ ସେତିକି ନୁହେଁ, ଏଇଭିତରେ ଅନେକ ଝାଉଁ ଜଙ୍ଗଲ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ହଜାର ହଜାର ଗଛ ଏବେ ବିପଦରେ। ଭୋଗରାଇ ବ୍ଲକ୍‌ ଅଧୀନ ତାଳସାରୀଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ; ୧୨ କିମି ଉପକୂଳ ଅଞ୍ଚଳରେ ସ୍ଥିତି ସଂଗିନ ହୋଇପଡ଼ିଛି। ସମୁଦ୍ର କୂଳ ଖାଇ ହୁଗୁଳି, ଗୋଚ୍ଛିଦାତେଘରୀ, କାନ୍ଥିଭଉଁରୀ ଓ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ଜନବସତି ଆଡ଼କୁ ମାଡ଼ିଯାଉଛି। ଫଳରେ ହୁଗୁଳି ପଞ୍ଚାୟତର ବିନ୍ଧାପଦ୍ମପୁର, ଗୋଚ୍ଛିଦାତେଘରୀ ପଞ୍ଚାୟତର କୃଷ୍ଣନଗର, ଶ୍ରଦ୍ଧାପୁର ପଞ୍ଚାୟତର ଖଡ଼ିବିଲ ଓ କନ୍ୟାନଗରୀ, କାନ୍ଥିଭଉଁରୀ ପଞ୍ଚାୟତର ରଣସିଂପୁର ଏବଂ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ବିର୍ଜାଦାଣ୍ଡି ଓ ଭିରିକିଟିର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେବଳ ସେତିକି ନୁହେଁ, ଏଇଭିତରେ ଉପକୂଳ ସୁରକ୍ଷା ପାଇଁ ସୃଷ୍ଟି କରାଯାଇଥିବା ଅନେକ ଝାଉଁ ଜଙ୍ଗଲ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ହଜାର ହଜାର ଗଛ ଏବେ ବିପଦରେ।

ସମସ୍ୟାର ସମାଧାନ ପାଇଁ ଉପରୋକ୍ତ ୪ଟି ପଞ୍ଚାୟତର ବୁଦ୍ଧିଜୀବୀମାନେ ବିଭିନ୍ନ ସମୟରେ ସରକାରଙ୍କୁ ଫେରାଦ ହୋଇଛନ୍ତି। ତାଳସାରୀଠାରୁ କୀର୍ତ୍ତନିଆ ଯାଏ ପଥରବନ୍ଧ ନିର୍ମାଣ ସହ ନୂଆ ଝାଉଁବଣ ସୃଷ୍ଟି ପାଇଁ ଦାବି ଜଣାଇଛନ୍ତି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରି ସମୟରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ବେହେରା, ବଳରାମ ପ୍ରଧାନ, ଶମ୍ଭୁନାଥ ମାଝୀ, ଘନଶ୍ୟାମ ନାୟକ, ରାଜକୁମାର ପାତ୍ର, ପ୍ରଶାନ୍ତ ଜେନା ପ୍ରମୁଖ ଦାବି କରିଛନ୍ତି। ଏନେଇ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ତାଳସାରୀଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ଉପକୂଳ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ। ଆମ ପାଇଁ ସମୟର ବଡ଼ ଆହ୍ବାନ ମଧ୍ୟ। ଏନେଇ ମୁଁ ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି। ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe