ଜେପି ନଡ୍ଡାଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ

ଜଣେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୨ ଜଣ ରାଷ୍ଟ୍ରୀୟ ମୁଖପାତ୍ର ଓ ଜଣେ ରାଷ୍ଟ୍ରୀୟ ସଚିବ

ଜେପି ନଡ୍ଡାଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୂଆ ଟିମ୍‌ ଆଜି ଘୋଷଣା କରାଯାଇଛି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପଦ ବଜାୟ ରଖିଥିବା ବେଳେ ଡା. ସମ୍ବିତ ପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ସାମିଲ କରାଯାଇଛି। ସେହିପରି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସଂପାଦକ ପଦ ମିଳିଛି।

ବିଜେପିର ୨୩ ଜଣିଆ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ଓଡ଼ିଶାର ଦୁଇ ନେତା ସ୍ଥାନ ପାଇଥିବା ବେଳେ ମୟୂରଭଂଜ ସାଂସଦ ବିଶେଷ୍ଵର ଡୁଡୁଙ୍କୁ ୧୩ ଜଣିଆ ରାଷ୍ଟ୍ରୀୟ ସଂପାଦକ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ମହାରାଷ୍ଟ୍ରରୁ ବିନୋଦ ତାଓ୍ଵାଡେ, ଉତ୍ତର ପ୍ରଦେଶରୁ ବିନୋଦ ସୋନକାର, ଆନ୍ଧ୍ରପ୍ରଦେଶରୁ ସତ୍ୟ କୁମାର, ମହାରାଷ୍ଟ୍ରରୁ ସୁନିଲ ଦେଓଧର, ଦିଲ୍ଲୀରୁ ଅରବିନ୍ଦ ମେନନ, ଉତ୍ତର ପ୍ରଦେଶରୁ ହରିଶ ଦ୍ୱିବେଦୀ, ମହାରାଷ୍ଟ୍ରରୁ ପଂକଜ ମୁଣ୍ଡେ, ପଶ୍ଚିମବଙ୍ଗରୁ ଅନୁପମ ହାଜରା, ଜମ୍ମୁ କଶ୍ମୀରରୁ ଡ. ନରେନ୍ଦ୍ର ସିଂହ, ମହାରାଷ୍ଟ୍ରରୁ ବିଜୟ ରତ୍ନାକର ଓ ରାଜସ୍ଥାନରୁ ଅଲକା ଗୁରଜାର ଅଛନ୍ତି।

publive-image Image Courtesy of Hindustan Times

ଜେପି ନଡ୍ଡାଙ୍କ ୧୨ ଜଣିଆ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଡ. ରମଣ ସିଂହ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବସୁନ୍ଧରା ରାଜେ, ବିହାରର ସାଂସଦ ରାଧା ମୋହନ ସିଂହ, ଓଡ଼ିଶାର ବୈଜୟନ୍ତ ପଣ୍ଡା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ପଶ୍ଚିମବଙ୍ଗର ମୁକୁଲ ରାୟ, ଉତ୍ତର ପ୍ରଦେଶର ସାଂସଦ ରେଖା ବର୍ମା, ଝାଡ଼ଖଣ୍ଡର ସାଂସଦ ଅନ୍ନପୂର୍ଣ୍ଣା ଦେବୀ, ଗୁଜୁରାଟର ସାଂସଦ ଡ. ଭାରତୀ ବେନ ଶିୟାଳ, ତେଲେଙ୍ଗାନାର ଡିକେ ଅରୁଣା, ନାଗାଲାଣ୍ଡର ଏମ ଚୁବା ଓ ଏବଂ କେରଳର ଅବଦୁଲ୍ଲା କୁଟ୍ଟୀ ସ୍ଥାନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe