ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଯାତ୍ରୀବାହୀ ବସ୍: ୪ ଆହତ

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଯାତ୍ରୀବାହୀ ବସ୍: ୪ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟିଥିବାର ଖବର ମିଳିଛି। ଏଥିରେ ୪ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଜି ଭୋର ସକାଳୁ ମୁନଲାଇଟ ନାମକ ଏକ ଯାତ୍ରୀବାହୀ ବସ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଖୁଣ୍ଟବନ୍ଧରେ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣ ଆହତ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ।

publive-image

ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe