ରେଲ ୱାଗନ୍‌ରୁ ପିଡିଏସ୍‌ ଚାଉଳ ଚୋରି ଘଟଣାରେ ରେଳ ସୁରକ୍ଷାବଳର ୪ ଅଧିକାରୀ ନିଲମ୍ବିତ

୪ ଆରପିଏଫ୍‌ ଅଧିକାରୀଙ୍କୁ ମହାନିର୍ଦ୍ଦେଶକ ପଦକ

mudraacareers.in

ଝାରସୁଗୁଡ଼ର : ରେଳ ୱାଗନ୍‌ ଭିତରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଚୋରି ହେବା ଘଟଣାରେ ରେଳ ସୁରକ୍ଷା ବଳର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଅଧିକାରୀ ମାନଙ୍କ ମଧ୍ୟରେ ଏଆଇସି ଏସ୍‌ କେ କୁମାର, ହେଡ଼୍‌ କନ୍‌ଷ୍ଟେବଲ ଆର୍‌ ୟୁ ଠାକୁର ଓ ଡି.ବକ୍ସଲାଙ୍କୁ ଚକ୍ରଧରପୁର ଡିଭିଜନ୍‌ର କମାଣ୍ଡେଣ୍ଟ ନିଲମ୍ବିତ କରିଥିବା ନେଇ ଜଣାଯାଇଛି। ତେବେ ଝାରସୁଗୁଡ଼ା ଆର୍‌ପିଏଫ୍‌ ଥାନାର ଜଣେ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ନେଇ ଏଠାରେ ଚର୍ଚ୍ଚା ହେଉଛି। ବିଭାଗୀୟ ସୂତ୍ରରୁ ଏହା ସ୍ପଷ୍ଟ ହୋଇ ନାହିଁ। ଗତ ୮ ତାରିଖ ରାତିରେ ରେଲୱେ କଲୋନି ନିକଟସ୍ଥ ରାମ ମନ୍ଦିର ନିକଟରୁ ଲୁଚାଇ ରଖାଯାଇଥିବା ୨୮୮ ବସ୍ତା ଚାଉଳକୁ ଜିଆର୍‌ପି ପକ୍ଷରୁ ଜବତ କରାଯାଇଥିଲା। ଏହି ଚାଉଳ ସାଧାରଣ ବଣ୍ଟନ ଯୋଜନାର ହୋଇଥିବା ବେଳେ ଏହା ଉପରେ ଜିଲ୍ଲା ଯୋଗାଣ ବିଭାଗ ମଧ୍ୟ ତଦନ୍ତ ଆରମ୍ଭ କରିଛି। ତେବେ ସିଲ୍‌ ହୋଇଥିବା ୱାଗନ୍‌ ଭିତରୁ କିଭଳି ଚୋରି ହେଲା ସେ ନେଇ ରେଳ ସୁରକ୍ଷା ବଳ ଉପରେ ସଭିଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଆଜି ଏହି ଘଟଣାରେ ଉପରୋକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe