ଦକ୍ଷ ପ୍ରଜାପତି ମନ୍ଦିର ମୂର୍ତ୍ତି ଚୋରି ଘଟଣା : ୪ ରାଜସ୍ଥାନୀ ମୂର୍ତ୍ତିଚୋର ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ବାଣପୁର : ସାତ ଶହ ବର୍ଷ ତଳର ଐତିହାସିକ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରୁ ୪୦ ଦିନ ପୂର୍ବେ ଚୋରି ହୋଇଥିବା ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତିକୁ ବାଣପୁର ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତଥିବା ରାଜସ୍ଥାନର ଏକ ପେଶାଦାର ମୂର୍ତ୍ତିଚୋର ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କଠାରୁଚୋରି ଯାଇଥିବା ୨୨ଟି ମୂଲ୍ୟବାନ ମୂର୍ତ୍ତି ମଧ୍ୟରୁ ନଅଟି ମୂର୍ତ୍ତି ଉଦ୍ଧାର କରିଛି। ଚାରୋଟି ମୂର୍ତ୍ତି ତରଳା ଯାଇଥିବା ବେଳେ ଏହାର ଧାତୁ ପିଣ୍ତ ଏବଂ ତିନୋଟି ମୋବାଇଲ ଜବତ କରିଛି। ପୁଲିସ ଅନ୍ୟ ଦୁଇଜଣଙ୍କର ପରିଚୟ ପାଇଥିବାରୁ ଅତିଶୀଘ୍ର ସେମାନଙ୍କୁ ପୁଲିସ ଗିରଫ କରିବ ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ବାଣପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୧ ତାରିଖ ରାତିରେ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରୁ ଦୁର୍ବୃତ୍ତମାନେ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe