Advertisment

ଚାରି ବରିଷ୍ଠ ଓଏଏସ୍‌ଙ୍କୁ ବଦଳି

Advertisment

କେନ୍ଦ୍ର ଡେପୁଟେସନରୁ ଫେରିଲେ ଆଇଏସ ସୁଶୀଲ ଲୋହାନି

କେନ୍ଦ୍ର ଡେପୁଟେସନରୁ ଫେରିଲେ ଆଇଏସ ସୁଶୀଲ ଲୋହାନି

ଚାରି ବରିଷ୍ଠ ଓଏଏସ୍‌ଙ୍କୁ ବଦଳି

Odisha Sun Times

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚାରିଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ।

ବିଜ୍ଞପ୍ତି ଅନୁଯାୟୀ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଶୁଭେନ୍ଦୁ କାନୁନ୍‌ଗୋ ସଂସଦୀୟ ବ୍ୟାପାର ବିଭାଗକୁ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ତାଙ୍କ ସ୍ଥାନକୁ ବଦଳି ହୋଇ ଆସିଛନ୍ତି ଓଡ଼ିଶା ସୂଚନା କମିସନର ସଚିବ ମାନସ ରଞ୍ଜନ ଦେବତା। ଏମ୍‌ଏସ୍‌ଏମ୍‌ଇ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ସାହୁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିସନର ରୀନା ମହାପାତ୍ର ଉଚ୍ଚଶିକ୍ଷା ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି ହୋଇ ଆସିଛନ୍ତି।

କେନ୍ଦ୍ର ଡେପୁଟେସନରୁ ଫେରିଲେ ଆଇଏସ ସୁଶୀଲ ଲୋହାନି

ଭୁବନେଶ୍ବର : କେନ୍ଦ୍ର ଡେପୁଟେସନ କାର୍ଯ୍ୟକାଳ ସଫଳତାର ସହ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଫେରିଛନ୍ତି ୧୯୯୫ ବ୍ୟାଚ୍ ଆଇଏସ ଅଫିସର ସୁଶୀଲ କୁମାର ଲୋହାନି। ଶ୍ରୀ ଲୋହାନି ୨୦୧୧ ମସିହା ଜାନୁଆରି ୧୩ ତାରିଖରେ କେନ୍ଦ୍ରୀୟ ଭିବିଷ୍ୟନିଧି ପାଣ୍ଠିର ଅତିରିକ୍ତ କମିସନର ଭାବେ ଡେପୁଟେସନରେ ଦିଲ୍ଲୀକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe