ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ ଓ ୫ଟି ଆଲମିରା: ଅଳଙ୍କାର ସ୍ଥାନାନ୍ତର ଥିଲା କଷ୍ଟସାଧ୍ୟ

Advertisment

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା

ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ ଓ ୫ଟି ଆଲମିରା: ଅଳଙ୍କାର ସ୍ଥାନାନ୍ତର ଥିଲା କଷ୍ଟସାଧ୍ୟ

ପୁରୀ: ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ବହୁ କଷ୍ଟସାଧ୍ୟ ଥିଲା। ଏଥିପାଇଁ ଆମକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଗଲା ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଶ୍ରୀ ରଥ କହିଛନ୍ତି, ବାହାର ରତ୍ନଭଣ୍ଡାର ତିନି ତାଲା ଖୋଲି ଆମେ ଭଣ୍ଡାର ଘରକୁ ପ୍ରବେଶ କରିଥିଲୁ। ଏହାପରେ ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଆଦି ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଥିଲା। ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ଗଠିତ ଦଳ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ସବୁର ଟିକିନିଖି ଭିଡିଓଗ୍ରାଫି କରାଯାଇଥିଲା। କେଉଁ ସ୍ଥାନରୁ କେଉଁ ଅଳଙ୍କାର ଅଣାଯାଇଛି, ତାର ମାର୍କିଂ କରାଯାଇଛି। ସେହି ସ୍ଥାନକୁ ପୁଣି ବାହାର ରତ୍ନଭଣ୍ଡାର ଅଳଙ୍କାର ଫେରିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ଆମେ ଜୟ ଜଗନ୍ନାଥ ଓ ହରିବୋଲ ଡାକ ଦେଇ ଭିତରକୁ ଯାଇଥିଲୁ। ଭିତର ରତ୍ନଭଣ୍ଡାର ଦେଖିବା ପରେ ମରାମତିର ଆବଶ୍ୟକତା ରହିଛି ବୋଲି ଅନୁଭବ କରୁଛୁ। ଜଷ୍ଟିସ୍‌ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ, ୫ଟି ଆଲମିରା ଆମ ନଜରରେ ପଡ଼ିଛି। ଆହୁରି ବି ଥାଇପାରେ। ଆଲମିରା କାଠ ଓ ଷ୍ଟିଲ୍‌ର। ସିନ୍ଦୁକ ସବୁ କାଠର। ରତ୍ନଭଣ୍ଡାର ଘର ଆକାର ପ୍ରାୟ ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ହେବ। ଯେଉଁ ଗୁଜବ କରାଯାଉଛି, ସେଥିରେ କୌଣସି ବିଶ୍ବାସ କରନ୍ତୁନାହିଁ। ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ। କାହାରି କିଛି କ୍ଷତି ହୋଇନି। ବାକି ୭ରୁ ୮ ଦିନ ଭିତରେ ଆମେ ପୁନର୍ବାର ବୈଠକ କରି କେବେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ନେବୁ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି। ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥିଲା। ତାଲା ଭିତରୁ ଗୋଟିଏ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। ବାକି ଦୁଇଟି ଜଉମୁଦ ଦିଆଯାଇନଥିଲା। ଜିଲ୍ଲା କୋଷାଗାରରୁ ଯାଇଥିବା ଚାବିରେ ତାଲା ନ ଖୋଲିବାରୁ ତିନିଟିଯାକ ତାଲା କଟାଯାଇ ଭିତରକୁ ଯାଇଥିଲୁ ବୋଲି ଜଷ୍ଟିସ ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe