ଚଷାଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଦୁର୍ଘଟଣା : ୪ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଅଟୋ

ଚଷାଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଦୁର୍ଘଟଣା : ୪ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଅଟୋ

ପାଳଲହଡ଼ା : ଭଦ୍ରକ ଘଟଣାର କିଛିଦିନ ନପୂରୁଣୁ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପାଲଲହଡ଼ା ବ୍ଲକ୍‌ର ଚଷାଗୁରୁଜାଙ୍ଗ- ଉଦୟପୁର ରାସ୍ତାରେ ଏକ ଅଟୋ ଚଢ଼ିଯିବାରୁ ୪ ଜଣ ସ୍କୁଲ୍‌ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସ୍କୁଲ୍‌ ଛୁଟି ପରେ ଅପରାହ୍ଣ ୪ଟା୧୫ ମିନିଟ୍‌ରେ ସାଇକେଲରେ ସେମାନେ ନିଜ ଗାଁ ଉଦୟପୁରକୁ ଫେରୁଥିଲେ। ଚଷାଗୁରୁଜାଙ୍ଗ ଛକରୁ ଉଦୟପୁର ଆସୁଥିବା ଏକ ଅଟୋ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଚାରିଜଣଯାକ ଛାତ୍ରୀ ତଳେ ପଡ଼ିଯିବା ପରେ ଦ୍ରୁତ ଗତିରେ ଆସୁଥିବା ଅଟୋଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ୧୦୮ ଆମୁଲାନ୍ସ ଯୋଗେ ସେମାନଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଆହତମାନେ ହେଉଛନ୍ତି ଚଷାଗୁରୁଜାଙ୍ଗ ପବିତ୍ରମୋହନ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସୋନାଲି ନାଏକ, ଅମ୍ବିକା ନାଏକ, ସୁରଭି ବେହେରା ଓ ପୁଷ୍ପାଞ୍ଜଳିି ନାଏକ। ଛାତ୍ରୀମାନଙ୍କ ମଧ୍ୟରୁ ପୁଷ୍ପାଞ୍ଜଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe