ରେଳଧାରଣା ଉପରେ ଧସିଲା ପଥରଖଣ୍ଡ: ୪ଟି ଟ୍ରେନ ବାତିଲ

ରେଳଧାରଣା ଉପରେ ଧସିଲା ପଥରଖଣ୍ଡ: ୪ଟି ଟ୍ରେନ ବାତିଲ

କୋରାପୁଟ: କୋଟାବାଲସା-କିରଣ୍ଡୁଲ ଲାଇନକୁ ବିପଦ ଛାଡିବା ନାଁ ନେଉନି। ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରେ ସାପ ବିଷୟ ମନରୁ ଲିଭି ନଥିବାବେଳେ ଆଜି ବୋରାଘୁଲାଉ-କୋରାକାବାଲସା ମଧ୍ୟରେ ଏକ ବଡ ପଥରଖଣ୍ଡ ଟ୍ରେନ ଲାଇନରେ ପଡିଛି। ପ୍ରବଳ ବର୍ଷା ‌ଯୋଗୁଁ ଏକ ପାହାଡ ଧସି ଥିବାବେଳେ ଟନ ଟନ ପଥର ଖଣ୍ଡ ଲାଇନ ଉପର ପଡି ରହିଛି। ଆଜି ଦିନ ବେଳା ଏହି ଅଘଟଣ ଘଟିଥିବାବେଳେ ଉଦ୍ଧାରକାରୀ ଦଳ ଏହାକୁ ଉଠାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ଏଥିଯୋଗୁଁ ୪ଟି ଟ୍ରେନ ବାତିଲ ହୋଇଥିବାବେଳେ ଗୋଟିଏ ଟ୍ରେନର ଦିଗ ବଦଳାଯାଇଛି। ୧୦ ତାରିଖ ପାଇଁ ବିଶାଖାପାଟଣାରୁ ଛାଡୁଥିବା ବିଶାଖାପାଟଣା-କିରଣ୍ଡୁଲ ନାଇଟ ଏକ୍ସପ୍ରେସ(୧୮୫୧୪), ୧୧ ତାରିଖରେ କିରଣ୍ଡୁଲରୁ ଛାଡୁଥିବା କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସ(୧୮୫୧୩)କୁ ବାତିଲ କରାଯାଇଛି। ସେହିପରି ୧୧ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୧) ଓ ୧୨ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୨)କୁ ବାତିଲ କରାଯାଇଛି। ସେହିପରି ଆଜି କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସକୁ କୋରାପୁଟ-ଦାମନଯୋଡି- ରାୟଗଡା-ବିଶାଖାପାଟଣା ଦେଇ ଦିଗ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe