ଆଧୁନିକୀକରଣ ପାଇଁ ୪ ଟ୍ରେନ୍‌ ବାତିଲ୍‌

Advertisment
ଝଡ଼ତୋଫାନରେ ଟ୍ରାକ୍‌ସନ ତାର ଛିଣ୍ଡିଲା, ୨ ଘଣ୍ଟା ରେଳ ଚଳାଚଳ ବ୍ୟାହତ

NewsBytes

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ବିଳାସପୁର ରେଳମଣ୍ଡଳ ଅନ୍ତର୍ଗତ ନିଗୁଆର-ଜୟଥାରୀ-ଚୁଲହା ରେଳ ସେକ୍ସନ୍‌ ମଧ୍ୟରେ ତୃତୀୟ ଲାଇନ୍‌ କାର୍ଯ୍ୟକ୍ଷମ ହେବ। ଏଥିସହ ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ବେଙ୍ଗାଲୁରୁ ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ପୂର୍ବତଟ ରେଳପଥକୁ ଆସୁଥିବା କିମ୍ବା ଯାଉଥିବା ଟ୍ରେନ୍‌ ସାମୟିକ ଭାବେ ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ୪ଟି ଟ୍ରେନ୍‌କୁ ବାତିଲ୍‌ କରାଯିବା ସହ ଗୋଟିଏର ମାର୍ଗ ପରିବର୍ତ୍ତନ ହୋଇଛି। ‌

ଜାନୁଆରି ୨୦ ଓ ୨୭ତାରିଖରେ ଭଲସାଡରୁ ଛାଡ଼ିବାକୁ ଥିବା ଭଲସାଡ-ପୁରୀ ଏକ୍ସପ୍ରେସ(୨୨୯୦୯), ୨୩ ଓ ୩୦ ତାରିଖରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଭଲସାଡ ଏକ୍ସପ୍ରେସ(୨୨୯୧୦) ଓ ବିକାନେର୍‌ଠାରୁ ଛାଡ଼ିବାକୁ ଥିବା ବିକାନେର-ପୁରୀ ଏକ୍ସପ୍ରେସ୍(୨୦୪୭୧), ୨୬ ଓ ଫେବ୍ରୁଆରି ୨ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ବିକାନେର୍‌ ଏକ୍ସପ୍ରେସ୍(୨୦୪୭୨) ବାତିଲ୍‌ ହୋଇଛି। ୧୮ ଓ ୨୫ ତାରିଖରେ ହଟିଆରୁ ଛାଡ଼ୁଥିବା ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ୍‌(୧୨୮୩୫) କୃଷ୍ଣରାଜପୁରମ୍-ଚାନ୍ନାସନ୍ଦରା-ୟେଲହଙ୍କା ମାର୍ଗ ଦେଇ ଯଶୋବନ୍ତପୁର ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe