୪ ଭିଜିଲାନ୍ସ ଡିଏସ୍‌ପିଙ୍କ ବଦଳି

Advertisment
୪ ଭିଜିଲାନ୍ସ ଡିଏସ୍‌ପିଙ୍କ ବଦଳି

କଟକ : ଓଡ଼ିଶା ଭିଜିଲାନ୍ସରେ କାର୍ଯ୍ୟ କରୁଥିବା ୪ଜଣ ଡିଏସ୍‌ପିଙ୍କୁ ବଦଳି କରାଯାଇଛି। କଟକ ଭିଜିଲାନ୍ସ ସେଲ୍‌ର ଡିଏସ୍‌ପି ସୁରେଶ କୁମାର ଦାସଙ୍କୁ ଭୁବନେଶ୍ୱର ଡିଭିଜନ୍‌ର ଖୋର୍ଦ୍ଧା ସ୍କ୍ଵାଡକୁ, ବାରିପଦା ୟୁନିଟ୍‌ର ଡିଏସ୍‌ପି ସଂଜୟ କୁମାର ଦାସ ମହାପାତ୍ରଙ୍କୁ ଭଦ୍ରକ ୟୁନିଟ୍‌କୁ, ଭଦ୍ରକ ୟୁନିଟ୍‌ର ଡିଏସ୍‌ପି ଶରତ କୁମାର ମହାପାତ୍ରଙ୍କୁ ବାରିପଦା ୟୁନିଟ୍‌କୁ ଏବଂ କଟକ ସେଲ୍‌ ଡିଏସ୍‌ପି ସୁଶାନ୍ତ କୁମାର ସେନ୍‌ଙ୍କୁ ଜଗତସିଂହପୁର ୟୁନିଟ୍‌କୁ ବଦଳି କରାଯାଇଛି। ଏମାନଙ୍କ ବ୍ୟତୀତ ଜଗତସିଂହପୁର ୟୁନିଟ୍‌ର ଡିଏସ୍‌ପି ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ମୂଳ ବିଭାଗକୁ ଫେରାଇ ଦିଆଯାଇଛି। ଶ୍ରୀପଟ୍ଟନାୟକ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜଗତସିଂହପୁର ୟୁନିଟ୍‌ର କନଷ୍ଟେବଳ ବଳରାମ ରାଉତଙ୍କୁ ରାଉରକେଲା ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe