ସର୍ପ ଦଂଶନରେ ଶିଶୁପୁତ୍ର ମୃତ, ଜାଲ ପକାଇ ସାପକୁ ଧରିଲେ ଲୋକେ

ବିଷଧର ସାପ କାମୁଡ଼ାରେ ୪ ବର୍ଷର ଶିଶୁ ମୃତ। ମୃତ ଶିଶୁ ହେଲେ ଆଗରପଡା ଥାନା କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗାଁର ପ୍ରଦୀପ ପ୍ରଧାନଙ୍କ ଏକମାତ୍ର ପୁଅ ସିନୁ ପ୍ରଧାନ। ଗତକାଲି ସନ୍ଧ୍ୟାରେ ନିଜ ମାମୁଁ ଘରେ ପିଲାଙ୍କ ସହ ଖେଳୁଥିବା ସମୟରେ ଏକ ବିଷଧର ସାପ ଚୋଟ ମାରିଥିଲା।

Children dead

Children dead Photograph: (sambad.in)

ଭଦ୍ରକ: ବିଷଧର ସାପ କାମୁଡ଼ାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଆଗରପଡା ଥାନା କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗାଁର ପ୍ରଦୀପ ପ୍ରଧାନଙ୍କ ଏକମାତ୍ର ପୁଅ ସିନୁ ପ୍ରଧାନ। ପ୍ରଦୀପ ନିଜ ପରିବାର ସହ ବନ୍ତ ଥାନା ଶେଣ୍ଢତିରା ଫୁଲଗଢିଆ ଛକସ୍ଥିତ ନିଜ ଶ୍ୱଶୁର ଘରକୁ ଶୁଦ୍ଧିକ୍ରିୟା କାମରେ ଆସିଥିଲେ। ଗତକାଲି ସନ୍ଧ୍ୟାରେ ନିଜ ମାମୁଁ ଘରେ ପିଲାଙ୍କ ସହ ଖେଳୁଥିବା ସମୟରେ ଏକ ବିଷଧର ସାପ ପଛପଟୁ ଆସି କମରରେ ଚୋଟ ମାରିଥିଲା। ପରେ ପରିବାର ଲୋକେ ପିଲାଟିକୁ ଭଦ୍ରକ ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏପରି ଏକ ଅଭାବନୀୟ ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଅନ୍ୟପଟେ ଗ୍ରାମବାସୀ ଜାଲ ପକାଇ ସାପଟିକୁ ଉଦ୍ଧାର କରିବା ସହିତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଏହାକୁ ହସ୍ତାନ୍ତର କରିଛନ୍ତି।

ଆଜି ଦୁଇଟି ଘଟଣାକୁ ନେଇ ଭଦ୍ରକ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗିଥିଲା। ଦିନବେଳା ଜଣେ ଭିନ୍ନକ୍ଷମ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିଥିଲା ବେଳେ ଶିଶୁର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଡ଼ାକ୍ତରଙ୍କ ନାମରେ ଅଭିଯୋଗ କରିଥିଲେ।

ବାସୁଦେବପୁର କରଞ୍ଜା ଆଡ଼ିଆ ଅଞ୍ଚଳର ମାମୁନି ସେଠୀ ନାମକ ଜଣେ ୧୧ ବର୍ଷର ଭିନ୍ନକ୍ଷମ ଶିଶୁକୁ ୫ ଦିନ ପୂର୍ବରୁ ଜ୍ଵର ହେଉଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ନର୍ସିଂ ହୋମକୁ ଆଣି ଜଣେ ଡାକ୍ତରଙ୍କ ନିକଟରେ ଚିକିତ୍ସା କରି ଘରକୁ ନେଇ ଯାଇଥିଲେ।  ମାତ୍ର ମାମୁନିର ଦେହ ଆହୁରି ଖରାପ ହେବାରୁ ସେମାନେ ଆଜି ପୁଣି ସେହି ଡ଼ାକ୍ତରଙ୍କ ନିକଟକୁ ଆଣିଥିଲେ।  ଶିଶୁଟିର ଦେହ ଅଧିକ ଖରାପ ହେବାରୁ ତାକୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା ପାଇଁ ଡାକ୍ତର  ପରାମର୍ଶ ଦେଇଥିଲେ।

ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲକୁ ଆଣିଥିବା ବେଳେ ତାର ଚିକିତ୍ସା ନକରି ତାକୁ ଗେଲପୁର ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିନେବକୁ କହିଥିଲେ। ଏମିତି ଅବସ୍ଥା ଭିତରେ ଭିନ୍ନକ୍ଷମ ଅସୁସ୍ଥ ଶିଶୁ ମାମୁନୀର ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମାମୁନିର ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିଲେ। ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ରାତିରେ ଜଣେ ମେଡିକାଲ କର୍ମଚାରୀଙ୍କୁ ମାଡ ମରାଯିବା ଘଟଣାକୁ ନେଇ ପୁଣି ମେଡ଼ିକାଲ ପରିସରରେ ଉତ୍ତେଜନା ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe