୧୪୪ ଧାରା ଉଲ୍ଲଂଘନ କରି ଛଟ୍‌ପୂଜା, ୪୬ ଗିରଫ

Advertisment
୧୪୪ ଧାରା ଉଲ୍ଲଂଘନ କରି ଛଟ୍‌ପୂଜା, ୪୬ ଗିରଫ

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ୍‌ ପୂଜା ପାଳନରେ କିଛି କଟକଣା ଲାଗୁ କରିଥିଲେ। ନଦୀ ଘାଟ, ପୋଖରୀ ଘାଟରେ ଜନସାଧାରଣ ଏକତ୍ରିତ ନହେବାକୁ ବାରଣ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଛଟ୍‌ପୂଜା ବହୁଳ ଭାବରେ ପାଳନ କରାଯାଉଥିବାରୁ ଓ ନଦୀ ନାଳରେ ହଜାର ହଜାର ଲୋକ ଏକତ୍ରିତ ହେଉଥିବ‌ାରୁ ଜିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲାର ବିଭିନ୍ନ ନଦୀ, ନାଳ, ପୋଖରୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଥିଲା। କିଛି ରାଜନୈତିକ ଦଳ ପକ୍ଷରୁ ଛଟ୍‌ପୂଜାକୁ କଟକଣା ସହିତ ଘାଟରେ ପାଳନ କରିବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଥିଲା।

publive-image

ମାତ୍ର ପ୍ରଶାସନ ପକ୍ଷରୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇ ନଥିଲା। ପ୍ରଥମେ ୫ ଜଣ ଲେଖାଁଏ ଯିବାକୁ ଅନୁମତି ଦିଆଯାଇଥିବା ବେଳେ ପରେ ଘାଟଗୁଡ଼ିକରେ ସଂପୂର୍ଣ୍ଣ କଟକଣା କରାଯାଇ ସେହି ଅଞ୍ଚଳରେ ଯାତାୟାତ ବନ୍ଦ ପାଇଁ ନିର୍ଦ୍ଦେଶ‌ ଦିଆଯାଇଥିଲା। ତେବେ ପ୍ରଶାସନର କଟକଣା ସତ୍ବେ ଆଜି ସନ୍ଧ୍ୟାରେ କିଛି ‌ଅଞ୍ଚଳରେ ଛଟ୍‌ପୂଜା ପାଇଁ ଲୋକେ ଏକତ୍ରିତ ହୋଇଥିଲେ। ଚୌକିପଡ଼ାରେ ପୋଖରୀରେ ପ୍ରବଳ ଜନଗହଳି ହୋଇଥିବା ବେଳେ କାଲାତଲାବରେ ମଧ୍ୟ ଲୋକ ସମାଗମ ହୋଇଥିଲା। ତେବେ ଆଇନ ଭାଙ୍ଗିଥିବା ଅଭିଯୋଗରେ ପୁଲିସ ୪୬ ଜଣଙ୍କୁ ଗିରଫ କରିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe