ତାପମାତ୍ରା: ୧୫ ସହରରେ ପାରା ୪୦ ଡିଗ୍ରୀ ଉପରେ, ଟିଟିଲାଗଡ଼ ସର୍ବାଧିକ ୪୫.୮ ଡିଗ୍ରି

Advertisment
ତାପମାତ୍ରା: ୧୦ ସହରର ପାରା ୪୦ ଟପିଲା, ୪୪ ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

photo by : cio.com

ଭୁବନେଶ୍ୱର: ରାଜ୍ୟର ୧୫ଟି ସହରର ତାପମାତ୍ରା ଶନିବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫.୮ ରେକର୍ଡ କରାଯାଇଛି। ଟିଟିଲାଗଡ଼ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ଆଜି ଅସହ୍ୟ ହୋଇପଡ଼ିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ସୂର୍ଯ୍ୟର ପ୍ରକୋପ ଏମିତି ଥିଲା, ଯାହା ଦ୍ୱାରା କି ଲୋକେ ଘରୁ ଗୋଡ଼ କାଢ଼ିବା ପାଇଁ ସାହାସ କରିପାରୁ ନଥିଲେ।

ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ବଲାଙ୍ଗୀର ସହରର ତାପମାତ୍ରା ଶୁକ୍ରବାର ଅଧିକ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୫.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ସମ୍ବଲପୁରରେ ପାରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ପ୍ରବଳ ଖରାରେ ଆଜି ରାଜଧାନୀବାସୀ ମଧ୍ୟ ଛଟପଟ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି।

ବାତ୍ୟା ‘ଫନି’ ପରେ ଭୁବନେଶ୍ୱରର ବିଦ୍ୟୁତ୍‌ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଠିକ୍‌ ହୋଇ ନଥିବା ବେଳେ ଆଜି ପ୍ରବଳ ଖରା ଯୋଗୁଁ ଲୋକେ ଆହୁରି ବିବ୍ରତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe