ଭତ୍ତା ଅପେକ୍ଷାରେ ୪୦ରୁ ଊର୍ଦ୍ଧ୍ବ ବୃଦ୍ଧାଙ୍କ ସମେତ ବିଧବା ଏବଂ ଦିବ୍ୟାଙ୍ଗ

Advertisment
ଭତ୍ତା ଅପେକ୍ଷାରେ ୪୦ରୁ ଊର୍ଦ୍ଧ୍ବ ବୃଦ୍ଧାଙ୍କ ସମେତ ବିଧବା ଏବଂ ଦିବ୍ୟାଙ୍ଗ

ବୈପାରିଗୁଡା: ଭତ୍ତା ଅପେକ୍ଷାରେ ୪୦ରୁ ଊର୍ଦ୍ଧ୍ବ ବୃଦ୍ଧାଙ୍କ ସମେତ ବିଧବା ଏବଂ ଦିବ୍ୟାଙ୍ଗ ରହିଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ବ ଭତ୍ତା ନପାଇ ଦୟନୀୟ ଭାବେ ଜୀବନଯାପନ କରୁଥିବା ପ୍ରକାଶ। ଏମାନଙ୍କ ମଧ୍ୟରୁ ୨୫ ଜଣ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ୧୨ ଜଣ ବିଧବା ଏବଂ ୩ ଜଣ ଦିବ୍ୟାଙ୍ଗ ମଧ୍ୟ ରହିଥିବା ଜଣାପଡିଛି। ୬୦ ବର୍ଷରୁ ଅଧିକା ଏକାଧିକବାର ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ସେମାନଙ୍କ ଦରଖାସ୍ତ କାହିଁକି ତଥା କେଉଁ କାରଣରୁ ବିଚାରକୁ ନିଆଯାଇ ନାହିଁ ସେମାନେ ଜାଣନ୍ତି ନାହିଁ। ସେହିଭଳି ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତା ମଧ୍ୟ ମିଳୁନଥିବା ପ୍ରକାଶ। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅବିଳମ୍ବେ ସେମାନଙ୍କ ପାଇଁ ଭତ୍ତା ମଂଜୁର କରିବା ନିମନ୍ତେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe