ଡଙ୍ଗାରେ କଳାହୀରା ଚାଲାଣ: ୪୦ କୁଇଣ୍ଟାଲ ଜବତ, ୨ ଗିରଫ

ଡଙ୍ଗାରେ କଳାହୀରା ଚାଲାଣ: ୪୦ କୁଇଣ୍ଟାଲ ଜବତ, ୨ ଗିରଫ

ବାସୁଦେବପୁର: ବାସୁଦେବପୁର ବ୍ଲକର ନାୟକାଣିଡିହି ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। କୋଇଲା ମାଫିଅାମାନେ ଦିନରାତି ଏକକରି ବେଧଡକ ଭାବେ ଧାମରା କୋଇଲାକୁ ଲୁଟ କରି ଚାଲାଣ କରୁଛନ୍ତି। ବେଶ କିଛିଦିନ ନିରବତା ପରେ ଏବେ ପୁଣି କୋଇଲା ମାଫିାଆ ସକ୍ରିୟ ହୋଇ ପଡିଛନ୍ତି। କୋଇଲା ମାଫିଆମାନେ ରାତି ତମାମ ଅାତଙ୍କ କରୁଥିବା ବେଳେ ସାଧାରଣ ଲୋକଟିଏ କୌଣସି କାରଣରୁ ବାହାରକୁ ବାହାରିବା କାଠିକର ପାଠ ହୋଇପଡିଛି।

ଏହି କୋଇଲା ବେପାର ସ୍ଥାନୀୟ ନାୟକାଣିଡିହି ପୁଲିସ ଆଖି ଆଗରେ ଚାଲୁଥିବା ବେଳେ ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ମନ୍ତେଇ ନଦୀରେ ବୋଟ ଜରିଆରେ ଆଣି ଗାଡିରେ ଚାଲାଣ କରାଯାଉଛି। ଗତ ଗୁରୁବାର ରାତିରେ ଏକ ବୋଟ ଜରିଆରେ ଏହି ଚୋରା କୋଇଲା କୂଳକୁ ଅାଣୁଥିବା ବେଳେ ବୋଟଟି ଖରାପ ହୋଇଯିବା କାରଣରୁ ପୁଲିସ ହାତରେ ଧରାପଡିଛି। ଏହି ବୋଟଟିକୁ ଧରିବାକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବେପାରୀଙ୍କୁ ଧରିବା ସହ ବୋଟରେ ବୋଝେଇ ହୋଇଥିବା ୪୦ କୁଇଣ୍ଟାଲ କୋଇଲାକୁ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe