ବୌଦ୍ଧ : ନକଲି ଓଟିଇଟି ସାର୍ଟିଫିକେଟ୍‌ରେ ଚାକିରି, ତଡ଼ା ଖାଇଲେ ୪୦ ଶିକ୍ଷକ

Advertisment
‘ସମ୍ବାଦ’ ପ୍ରଭାବ: କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ରାକେଟ୍‌ ଘଟଣାରେ୨୫ ପାର୍ଟଟାଇମ ଶିକ୍ଷକ ବହିଷ୍କୃତ

www.istockphoto.com

ବୌଦ୍ଧ : ଜାଲ୍ ସାର୍ଟିଫିକେଟରେ ଚାକିରି କରିଥିବା ବୌଦ୍ଧ ଜିଲ୍ଲାର ୪୦ ଜଣ ଶିକ୍ଷକ ଧରାପଡ଼ି ତଡ଼ା ଖାଇଛନ୍ତି। କାରଣ ଦର୍ଶାଅ ନୋଟିସ ଦେବା ପରେ ଏହାର ଆଧାରରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସରକାରୀ ତଥ୍ୟ ଅନୁସାରେ ୯୪ ଜଣ ଗଣ ଶିକ୍ଷକ ଚାକିରି ଲେଗୁଲାର ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମସ୍ତ ଗଣଶିକ୍ଷକ ଓଟିଇଟି ପାସ କରିଥିବା ସାର୍ଟିଫିକେଟ ଦାଖଲ କରିଥିଲେ। ଯାଞ୍ଚ ପାଇଁ ସେଗୁଡ଼ିକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠା ଯାଇଥିଲା। ସେଥିମଧ୍ୟରୁ ୮୫ ଜଣଙ୍କ ଯାଞ୍ଚ ରିପୋର୍ଟ ଆସିଥିବା ବେଳେ ୯ ଜଣଙ୍କ ରିପୋର୍ଟ ଆସି ନାହିଁ। ଆସିଥିବା ରିପୋର୍ଟ ମଧ୍ୟରେ ୪୫ଟି ସାର୍ଟିଫିକେଟ୍‌ ଅସଲି ଓ ୪୦ ଟି ସାର୍ଟିଫିକେଟ ନକଲି ଥିବା ବୋର୍ଡ କର୍ତ୍ତୃପକ୍ଷ ଜଣାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷକଙ୍କୁ ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ସେମାନେ ଅତିରିକ୍ତ ୧୫ ଦିନର ସମୟ ମାଗିଥିଲେ। ଇତି ମଧ୍ୟରେ ଅବଧି ଶେଷ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ବରଖାସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ନକଲି ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିବା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁରୁବାର ସଂପୃକ୍ତ ଶିକ୍ଷକଙ୍କୁ ଏହା ପତ୍ର ମାଧ୍ୟମରେ ଜଣାଇଦିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe