ଗଞ୍ଜାମ ପାଇଁ ଦାଦନ ଦୁଃଖର ବର୍ଷ: ୪୦ ମଲେଣି, ତାମିଲନାଡ଼ୁରେ ଆଖି ବୁଜିଲେ ଯୁବକ

Advertisment
ଗଣତନ୍ତ୍ରର ମହାପର୍ବରେ ପ୍ରବାସୀ ଶ୍ରମିକ ଅଲୋଡ଼ା: ଗାଁଗାଁରେ ଝୁଲୁଛି ତାଲା

The New Indian Express

ଭଞ୍ଜନଗର: ପେଟ ପୋଷିବା ପାଇଁ ସଂଘର୍ଷ ଚାଲିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଲୋକ ବାହାର ରାଜ୍ୟରେ ରହି ଦାଦନ ଖଟୁଛନ୍ତି। ହେଲେ ୨୦୨୩ ମସିହା ଯେମିତି ଜିଲ୍ଲାବାସୀଙ୍କ ପାଇଁ ଦାଦନ ଦୁଃଖର ବର୍ଷ ପାଲଟିଛି। ଜାନୁଆରିରୁ ଡିସେମ୍ବର ଭିତରେ ଜିଲ୍ଲା‌ରେ ୪୦ ଶ୍ରମିକଙ୍କ ବାହାର ରାଜ୍ୟ ଓ ବିଦେଶରେ ମୃତ୍ୟୁ ଘଟି ସାରିଲାଣି। ଆଉ ଏହି ତାଲିକାରେ ଯୋଡ଼ିହୋଇଛି ପୁଣି ଏକ ଦୁଃଖଦ ଅଧ୍ୟାୟ। ପରିବାର ପ୍ରତିପୋଷଣ ପାଇଁ ତାମିଲନାଡ଼ୁର କୋଏମ୍ବାଟୁର ସହରକୁ ଯାଇଥିବା ଜିଲ୍ଲାର ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି, ମୁଦୁଲ୍ଲିପଲ୍ଲୀ ପଞ୍ଚାୟତ ହାସନାପଲ୍ଲୀ ଗ୍ରାମର ଲଡ଼ୁ ନାଇକଙ୍କ ପୁଅ ମିଟୁ (୩୨)।

ମିଟୁଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବରୁ ମଧ୍ୟ ଅନେକଥର ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା କିଛିଦିନ ତଳେ ଗାଁକୁ ‌ଆସିଥିଲେ। ୧୫ ଦିନ ତଳେ କୋଏମ୍ବାଟୁର ପଳାଇ ଶରଣପେଟ୍ ଇଲାକାରେ ଥିବା ଏକ ସଂସ୍ଥା ଅଧୀନରେ ରାଜମିସ୍ତ୍ରି ଭାବେ କାମ କରୁଥିଲେ। କିନ୍ତୁ କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନଥିଲା। ଫଳରେ ସଂସ୍ଥାର ମାଲିକ ତାଙ୍କ ପରିବାରକୁ ଅବଗତ କରିଥିଲେ। ପରେ ପରିବାର ସଦସ୍ୟ ସେଠାକୁ ଯାଇ ମିଟୁଙ୍କୁ ଓଡ଼ିଶା ଆଣି ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଗାଡ଼ିରେ ଓଡ଼ିଶା ଅଣାଯାଉଥିବା ବେଳେ ଗତକାଲି ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି। ଆଜି ସକା‌ଳେ ଗ୍ରାମକୁ ଶବ ଅଣାଯିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe