ପାରାଦୀପରେ ୬୧୫ କୋଟି ବ୍ୟୟରେ ନିର୍ମାଣ ହେବ ୪୦୦ କେଭି ଗ୍ରିଡ୍

Advertisment
ବିଦ୍ୟୁତ କିଣା ଚୁକ୍ତି ସଂ‌ଶୋଧନ ପାଇଁ କହିଲା ବାଂଲାଦେଶ

Electrical Engineering Portal

ଜଗତସିଂହପୁର : ପାରାଦୀପରେ ୬୧୫ କୋଟି ଟଙ୍କା ବ୍ୟୟରେ ଏକ ଉଚ୍ଚ କ୍ଷମତା ସଂପନ୍ନ ଗ୍ରିଡ୍ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓପିଟିସିଏଲ୍‌ ପକ୍ଷରୁ ପାରାଦୀପରେ ଏକ ୪୦୦ କେଭି ଗ୍ରିଡ୍ ସ୍ଥାପନ କରାଯିବ। ଏହା ଦ୍ବାରା ପାରାଦୀପରେ ସୃଷ୍ଟି ହେଉଥିବା ବିଜୁଳି ସଙ୍କଟ ଦୂର ହେବ ବୋଲି ଆଶା କରାଯାଉଛି।

ଆଗାମୀ ଦିନରେ ପାରାଦୀପ ଓ ଏହାର ଉପକଣ୍ଠ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ, ଏସାରମିନଟ୍, ତ୍ରିବେଣୀ ଓ ପେଟ୍ରୋକେମିକାଲ ଭଳି ଶିଳ୍ପାନୁଷ୍ଠାନ ପାଦ ଥାପିବାକୁ ଯାଉଛନ୍ତି। ବର୍ତ୍ତମାନ ଯେତିକି ଶିଳ୍ପ ସଂସ୍ଥା ରହିଛି, ସେଗୁଡ଼ିକ ପାଇଁ ବିଜୁଳି ପର୍ଯ୍ୟାପ୍ତ ହେଉ ନାହିଁ। ଫଳରେ ରାଜ୍ୟ ସରକାର ୪୦୦ କେଭି ବିଶିଷ୍ଟ ଗ୍ରିଡ୍ ସ୍ଥାପନ ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ଓପିଟିସିଏଲ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଖୁବଶୀଘ୍ର ମେସର୍ସ ଆରଏସ୍ ଇନଫ୍ରା ଏବଂ ମେସର୍ସ ଏକେ ଦାସ ଆସୋସିଏଟେଡ୍ ଲିମିଟେଡ୍ ଏହାର ନିର୍ମାଣ କାମ ଆରମ୍ଭ କରିବେ। ସେଥିପାଇଁ ଆଜି ଏହାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଓପିଟିସିଏଲ୍ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ ଓ ଏକେ ଦାସ ଆସୋସିଏଟେଡ୍ ଲିମିଟେଡ୍ ମୁଖ୍ୟ ଅମୀୟକାନ୍ତ ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୨୫ ସୁଦ୍ଧା ଏହି ନିର୍ମାଣ କାମ ଶେଷ ହୋଇ ବିଦ୍ୟୁତ ଯୋଗାଣ ଆରମ୍ଭ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe