ବର୍ଷେ ହେଲା ଗୋଦାମରେ ପଡ଼ିଛି ୪ ହଜାର କ୍ବିଣ୍ଟାଲ୍‌ ଗହମ: ୯୦୦ କ୍ବିଣ୍ଟାଲ୍‌ ଆବଣ୍ଟନ ପାଇଁ ଆସିଛି ଚିଠି

Advertisment

ସମ୍ବଲପୁର ପାଇଁ ବୋଝ ପାଲଟିଛି ଗହମ। ରାଜ୍ୟ ସରକାରଙ୍କ କଥା ମାନି ଗହମ ଉଠାଣ ଜିଲ୍ଲା ପାଇଁ ମହଙ୍ଗା ପଡ଼ିଛି। ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଗୋଦାମ ଗୃହରେ ପଡ଼ିଥିବା ୪ ହଜାର କ୍ବିଣ୍ଟାଲ୍‌ରୁ ମାତ୍ର ୯୦୦ କ୍ବିଣ୍ଟାଲ୍‌....

ସମ୍ବଲପୁର ପାଇଁ ବୋଝ ପାଲଟିଛି ଗହମ। ରାଜ୍ୟ ସରକାରଙ୍କ କଥା ମାନି ଗହମ ଉଠାଣ ଜିଲ୍ଲା ପାଇଁ ମହଙ୍ଗା ପଡ଼ିଛି। ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଗୋଦାମ ଗୃହରେ ପଡ଼ିଥିବା ୪ ହଜାର କ୍ବିଣ୍ଟାଲ୍‌ରୁ ମାତ୍ର ୯୦୦ କ୍ବିଣ୍ଟାଲ୍‌....

wheat

Photograph: (Amazon.in)

ସମ୍ବଲପୁର: ସମ୍ବଲପୁର ପାଇଁ ବୋଝ ପାଲଟିଛି ଗହମ। ରାଜ୍ୟ ସରକାରଙ୍କ କଥା ମାନି ଗହମ ଉଠାଣ ଜିଲ୍ଲା ପାଇଁ ମହଙ୍ଗା ପଡ଼ିଛି। ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଗୋଦାମ ଗୃହରେ ପଡ଼ିଥିବା ୪ ହଜାର କ୍ବିଣ୍ଟାଲ୍‌ରୁ ମାତ୍ର ୯୦୦ କ୍ବିଣ୍ଟାଲ୍‌ ଗହମ ଆବଣ୍ଟନ ସଂପର୍କରେ ଆସିଥିବା ରାଜ୍ୟ ସରକାରଙ୍କ ଚିଠିକୁ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନର ଚିନ୍ତା ବୃଦ୍ଧି ପାଇଛି। ପ୍ରଥମତଃ ୧ ବର୍ଷ ଧରି ଗୋଦାମରେ ପଡ଼ି ରହିଥିବା ଗହମର ଗୁଣାତ୍ମକ ମାନ କିଭଳି ଅଛି, ତାକୁ ନେଇ ଯୋଗାଣ ବିଭାଗ ଓ ପିଡିଏସ୍‌ କେନ୍ଦ୍ରର ସ୍ବତ୍ବଧିକାରୀମାନେ ଚିନ୍ତାରେ ଅଛନ୍ତି। ଦ୍ବିତୀୟତଃ ବଳକା ୩ ହଜାର କ୍ବିଣ୍ଟାଲ୍‌କୁ ସରକାର କଣ କରିବେ, ତାହା ଚ୍ୟା‌ଲେଞ୍ଜ ପାଲଟିଛି।

ରାଜ୍ୟ ସରକାରଙ୍କ କଥା ମାନି ହରଡ଼ଘଣାରେ ସମ୍ବଲପୁର

ସୂଚନା ଅନୁଯାୟୀ, ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ କେନ୍ଦ୍ରରୁ ପଠାଯାଇଥିବା ଗହମକୁ ରାଜ୍ୟ ସରକାର ଉଠାଇ ପାରିଲେ ନାହିଁ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକା ସଂସ୍ଥା ନିଯୁକ୍ତ କରାଯାଇ ସାଢେ ୪ ହଜାର କ୍ବିଣ୍ଟାଲ୍‌ ଗହମ ଉଠାଣ ହୋଇଥିଲା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ବାଣ୍ଟିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପ୍ରସ୍ତୁତ ହୋଇଗଲା। ପିଡିଏସ୍‌ କେନ୍ଦ୍ରକୁ ଗହମ ପଠାଇ ଦିଆଗଲା। ଏଥିରୁ ୬୦୦ କ୍ବିଣ୍ଟାଲ୍‌ ଗହମ ହିତାଧିକାରୀଙ୍କୁ କିଛି ପିଡିଏସ୍‌ କେନ୍ଦ୍ର ବାଣ୍ଟିଦେଲେ। ଅପରପକ୍ଷରେ ଅନ୍ୟ ଜିଲ୍ଲାଗୁଡ଼ିକ କିନ୍ତୁ ଠିକାସଂସ୍ଥା ନିଯୁକ୍ତ କଲେ ନାହିଁ କି ଗହମ ଉଠାଇଲେ ନାହିଁ। କେନ୍ଦ୍ରରୁ ଆସିଥିବା ଗହମ ଫେରିଗଲା। ତେଣୁ ରାଜ୍ୟ ସରକାର ଘୋଷଣା କଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବଭଳି ଚାଉଳ ଦିଆଯିବ। ସେହି ଅନୁଯାୟୀ ସମଗ୍ର ରାଜ୍ୟ ଭଳି ସମ୍ବଲପୁରକୁ ମଧ୍ୟ ଗହମ କୋଟାର ଚାଉଳ ଆସିଗଲା। ତେଣୁ ସମ୍ବଲପୁରକୁ ଆସିଥିବା ଗହମ ନ ବାଣ୍ଟିବା ପାଇଁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଫଳରେ ୧ ବର୍ଷ ହେଲା ୪ ହଜାର କ୍ବିଣ୍ଟାଲ୍‌ ଗହମ ଗୋଦାମରେ ଓ ୩୩୮ କ୍ବିଣ୍ଟାଲ୍‌ ପିଡିଏସ୍‌ କେନ୍ଦ୍ରଗୁଡ଼ିକରେ ପଡ଼ିରହିଛି। ବର୍ତ୍ତମାନ ଏଥିରୁ ୯୦୦ କ୍ବିଣ୍ଟାଲ୍‌ ଆବଣ୍ଟନ ପାଇଁ ରାଜ୍ୟ ସରକାର ଚିଠି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe