ରାଜ୍ୟରେ ହାତୀ ସଂଖ୍ୟା ୨୦୯୮, ପାଞ୍ଚ ବର୍ଷରେ ୪୦୩ ଗଜରାଜଙ୍କ ମୃତ୍ୟୁ

Advertisment
ରାଜ୍ୟରେ ହାତୀ ସଂଖ୍ୟା ୨୦୯୮, ପାଞ୍ଚ ବର୍ଷରେ ୪୦୩ ଗଜରାଜଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ହାତୀମାନଙ୍କର ସଂଖ୍ୟା ବଢ଼ିଛି। ଏବେ ଜଗଂଗଲରେ ମୋଟ୍‌ ୨୦୯୮ ହାତୀ ଅଛନ୍ତି। ପିସିସିଏଫ୍‌ଙ୍କ ପକ୍ଷରୁ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି।

ଦୀର୍ଘ ସାତବର୍ଷ ପରେ ଚଳିତ ବର୍ଷ ରାଜ୍ୟରେ ତିନି ଦିନିଆ ହାତୀ ଗଣନା କରାଯାଇଥିଲା। ହାତୀ ଗଣନା ଶେଷ ହେବା ପରେ ଆଜି ପିସିସିଏଫ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚଳିତ ଥର ରାଜ୍ୟର ହାତୀ ସଂଖ୍ୟା ବୃଦ୍ଧି ପାଇଛି। ଏହା ପୂର୍ବରୁ ୨୦୧୭ ମସିହାରେ ରାଜ୍ୟରେ ହାତୀ ଗଣନା କରାଯାଇଥିଲା। ଚଳିତ ଥର ମୋଟ୍ ୨୦୯୮ ଟି ହାତୀ ଗଣନା କରାଯାଇଛି। ଏହାରି ମଧ୍ୟରୁ ଅଣ୍ଡିରା ହାତୀର ସଂଖ୍ୟା ହେଉଛି ୪୭୪, ମାଈ ହାତୀର ସଂଖ୍ୟା ହେଉଛି ୧୦୩୦ ଏବଂ ହାତୀଛୁଆ ସଂଖ୍ୟା ହେଉଛି ୫୯୪।

ତେବେ ପୂର୍ବ ଥର ଯେଉଁ ଗଣନା କରାଯାଇଥିଲା ତାହା ଅପେକ୍ଷା ଏଥର ହାତୀ ସଂଖ୍ୟା ଅଧିକ ରହିଛି ଯାହା ରାଜ୍ୟ ବାସୀଙ୍କ ପାଇଁ ଏକ ଖୁସି ଖବର।୨୦୧୭ ମସିହାରେ ଯେଉଁ ହାତୀ ଗଣନା କରାଯାଇଥିଲା ସେଥିରେ ମୋଟ ୧୯୩୪ ଟି ହାତୀ ରହିଥିଲା। ସେଥିରୁ ଅଣ୍ଡିରା ହାତୀର ସଂଖ୍ୟା ୩୪୪, ମାଈ ହାତୀର ସଂଖ୍ୟା ୧୦୩୦ ଏବଂ ହାତୀଛୁଆ ସଂଖ୍ୟା ୫୯୪ ରହିଥିଲା। ଏଥର ଅଣ୍ଡିରା ହାତୀର ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବଥର ଅପେକ୍ଷା ଏଥର ଅଣ୍ଡିରା ହାତୀ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଓଡ଼ିଶାରେ ଅନୁଗୁଳ, ଢେଙ୍କାନାଳ ଏବଂ କଟକର ଆଠଗଡ଼ରେ ଅଧିକ ହାତୀ ରହିଛି ବୋଲି ଏହି ଗଣନାରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe