ମାଟିରେ ମିଶିଲା ୪୦ ଫୁଟର ମନ୍ଦିର

Advertisment
ମାଟିରେ ମିଶିଲା ୪୦ ଫୁଟର ମନ୍ଦିର

ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ତିତିଖଣ୍ଡି ଗ୍ରାମର ଶହେ ବର୍ଷରୁ ଅଧିକ ପୁରାତନ ରାଧାକୃଷ୍ଣ ମନ୍ଦିର ଆଜି ସଂଧ୍ୟା ପ୍ରାୟ ୭ଟା ୪୫ରେ ହଠାତ୍‌ ସଂପୂର୍ଣ ଭୁଶୁଡ଼ି ପଡ଼ି ମାଟିରେ ମିଶିଯାଇଛି। ଏ ସମୟରେ ସଂଧ୍ୟା ଆଳତି ସାରି ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିଲେ ପୂଜକ ଚୈତନ୍ୟ ପାଣିଗ୍ରାହୀ ଓ ତାଙ୍କ ଜ୍ୱାଇଁ ଅନାମ ମହାପାତ୍ର। ଗାଁ ମଝିରେ ଥିବା ପ୍ରାୟ ୪୦ ଫୁଟ ଉଚ୍ଚ ମନ୍ଦିରଟି ଦୁଲ୍‌ କରି ପ୍ରଚଣ୍ଡ ଶବ୍ଦରେ ଭୁଶୁଡ଼ିବା ସହ ସବୁଆଡ଼ ଧୂଳିଧୂସର ଆସ୍ତରଣ ହୋଇ ଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ସହଯୋଗରେ ଗ୍ରାମବାସୀ ଉଭୟ ପୂଜକଙ୍କୁ ଦବିଥିବା ମନ୍ଦିର ଭଗ୍ନାଂଶ ମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ସୌଭାଗ୍ୟ ବଶତଃ ମନ୍ଦିରରେ ଅନ୍ୟ କେହି ନଥିଲେ ଏବଂ ଆଜି ରାତି ୧୦ଟା ସୁଦ୍ଧା ଧ୍ୱଂସସ୍ତୁପ ତଳେ କେହି କାଳେ ଫସି ରହିଥିବେ ଆଶଙ୍କା କରି ଦମକଳବାହିନୀ ଓ ପୁଲିସ ଉଦ୍ଧାର କାମ ଜାରି ରଖିଥିଲେ। ଧ୍ୱଂସସ୍ତୁପ ଖୋଳିବାକୁ ଦୁଇଟି ହିଟାଚି ମଧ୍ୟ ଲଗାଯାଇଛି। ଠାକୁରଙ୍କ ମୂର୍ତ୍ତି ଉଦ୍ଧାର ମଧ୍ୟ ହୋଇଥିବା ରାତିରେ ସୂଚନା ମିଳିଛି। ଏହି ଘଟଣାରେ ଗ୍ରାମ ସଂପୂର୍ଣ୍ଣ ସ୍ତବ୍ଧ ପାଲଟିଯାଇଛି। ଉଭୟ ପଟେ ସାହି ଓ ମଝିରେ କେନାଳ ହୁଡ଼ା ଉପରେ ଥିବା ଏହି ପୁରାତନ ମନ୍ଦିରଟି ବିପଦସଂକୁଳ ଅବସ୍ଥାରେ ଥିବା ଗ୍ରାମବାସୀ କହିଛନ୍ତି। ଆଜି ଦିନ ବେଳା ମନ୍ଦିରରୁ ଚୂନମାଟି ମଧ୍ୟ ଧସି ପଡ଼ିଥିବା ସୂଚନା ଦେଇଛନ୍ତି। ଏହି ମନ୍ଦିରର ଦୁଇ ଜଣ ଟ୍ରଷ୍ଟି ପରିଚାଳନା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe