୪୦ କେଜି ଗଂଜେଇ ଜବତ, ଚାଲାଣକାରୀ କୋର୍ଟଚାଲାଣ

୪୦ କେଜି ଗଂଜେଇ ଜବତ, ଚାଲାଣକାରୀ କୋର୍ଟଚାଲାଣ

କଣ୍ଟାମାଳ : ମନମୁଣ୍ଡା ଥାନା ଗୁନ୍ଦୁଲିଆ ଅଞ୍ଚଳରେ ଶଗଡ଼ା ଫାଣ୍ଡି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କୁରେଇପଡ଼ା- ବଦାଙ୍ଗୀ ଗ୍ରାମ୍ୟରାସ୍ତାରେ ଜଣେ ଗଞ୍ଜେଇ ବେପାରୀକୁ କାବୁ କରିବା ସହିତ ତାଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ବାଉଁଶୁଣି ଥାନା ଗୁଡ଼ପଡ଼ା ଗ୍ରାମର ସଞ୍ଜିତ ଖଟୁଆଙ୍କ ପୁଅ ବ୍ୟୋମକେଶ ଖଟୁଆ(୨୩) ଗୁନ୍ଦୁଲିଆ ଆଭ୍ୟନ୍ତରୀଣ ଅଂଚଳରୁ ଗଞ୍ଜେଇ ଧରି ଏହି ବାଟଦେଇ ନିଜ ଗାଁ ଗୁଡ଼ପଡ଼ାକୁ ଫେରୁଥିଲା। ଶଗଡ଼ା ଫାଣ୍ଡି ଅଧିକାରୀ ଅରୁଣ ସିଂହଙ୍କ ତତ୍ତ୍ୱବାଧାନରେ ଚାଲିଥିବା ପୁଲିସ ପେଟ୍ରୋଲିଂ ସମୟରେ ବ୍ୟୋମକେଶ ପୁଲିସକୁ ଦେଖି ଏଣେତେଣେ ଧାଇଁବାକୁ ଲାଗିଲା। ଏହା ଦେଖି ପୁଲିସର ସନ୍ଦେହ ହେବାରୁ ତାକୁ ଗୋଡ଼ାଇ ଧରିଥିଲା। ତାଠାରୁ ଜବତ କରିଥିବା ଗଞ୍ଜେଇ ଓଜନ କଲାପରେ ୪୦ କେଜି ଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ମନମୁଣ୍ଡା ପୁଲିସ ଥାନା କେସ୍‌ ନମ୍ବର ୯୭/୨୦୨୧ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣକାରୀ ବ୍ୟୋମକେଶକୁ ଆଜି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଚୋରା ବଜାରରେ ୧ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଥାନାଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe