ଭୁବନେଶ୍ବର ତାପମାତ୍ରା: ଅପରାହ୍ନ ସାଢ଼େ ୨ଟାରେ ୪୧.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର ତାପମାତ୍ରା: ଅପରାହ୍ନ ସାଢ଼େ ୨ଟାରେ ୪୧.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର: ସାରା ଓଡ଼ିଶା ସମତେ ରାଜଧାନୀ ଭୁବନେଶ୍ବରରେ ଆଜି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଆଜି ଅପରାହ୍ନ ସାଢ଼େ ୨ଟାର ତାପାମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ହୋଇଛି। ଆଜି ଅପରାହ୍ନ ସାଢ଼େ ୨ଟାରେ ସମ୍ବଲପୁରର ତାପମାତ୍ରା ୪୦.୨, ଚାନ୍ଦବାଲିରେ ୪୦ ଓ ଝାରସୁଗୁଡ଼ାରେ ୩୯.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଏହା ପୂର୍ବରୁ ଭୁବନେଶ୍ବରରେ ଗତକାଲି ତାପମାତ୍ରା ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଶାଖା ପକ୍ଷରୁ କୁହାଯାଇଛି ଯେ,  ଭୁବନେଶ୍ବରରେ ଆଜି ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପୂର୍ବାହ୍ନରେ ଯଦିଓ ଖରାର ପ୍ରଭାବ କମ ଥିଲା କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା। ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଥିଲା। ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆଜି ଖରା ଅସହ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe