ସରକାରୀ ସୂତ୍ରରୁ ସୂଚନା: ବାତ୍ୟା ‘ଫନି’ରେ ୪୧ ମୃତ

Advertisment
ସରକାରୀ ସୂତ୍ରରୁ ସୂଚନା: ବାତ୍ୟା ‘ଫନି’ରେ ୪୧ ମୃତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସରକାରୀ ଭାବେ ଏହି ତଥ୍ୟ ବିଶ୍ୱସ୍ତ ସୂତ୍ରରୁ ମିଳିଛି। ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ବୁଧବାର ଏହି ସୂଚନା ପ୍ରଦାନ କରିଛନ୍ତି।

ରାଜଧାନୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। କଟକରେ ୮୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ, ଜଟଣୀରେ ୫୦ ପ୍ରତିଶତ ଜଳ ଯୋଗାଣ ହୋଇ ପାରିଛି। ସନ୍ଧ୍ୟା ସୁଦ୍ଧା ଆଜି କଟକରେ ଶତପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବା ବୋଲି ପୂର୍ବାନୁମାନ କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ୮୦ ପ୍ରତିଶତ ବିଦ୍ୟୁତ୍‌ ସେବା ମିଳିବ। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ ପ୍ରତିଶତ ବିଦ୍ୟୁତ ସେବା ମିଳିବ। ଏହା ପରେ ପୁରୀରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ କରାଯିବ।

ସୂଚନାଯୋଗ୍ୟ ମେ’ ୩ ତାରିଖରେ ବାତ୍ୟା ଫନିର ରାଡାରରେ ପୁଣିଥରେ ଉପକୂଳ ଓଡିଶା ଆସିବା ପରେ ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାକୃତିକ ମାନଚିତ୍ର ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe