ବାତ୍ୟା ‘ଫନି’ରେ ୪୧ ଲକ୍ଷ କୁକୁଡା, ୨୫୭ ଗୋରୁ ମୃତ

Advertisment
ବାତ୍ୟା ‘ଫନି’ରେ ୪୧ ଲକ୍ଷ କୁକୁଡା, ୨୫୭ ଗୋରୁ ମୃତ

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ୪୧ ଲକ୍ଷ କୁକୁଡ଼ା ଓ ୨୫୭ ଗୋରୁ ମରିଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ସୂଚନା ଓ ଲୋକସଂପର୍କ ସଚିବ ସଞ୍ଜୟ ସିଂହ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୀରେ ୬ଟି ମୋବାଇଲ ଭ୍ୟାନରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯାଉଛି। ଆଳୁ, ପିଆଜ, ମହମବତି, ଦିଆସିଲ ଶସ୍ତା ଦରରେ ଲୋକଙ୍କୁ ବିକ୍ରି କରାଯାଉଛି। ପୁରୀ ସହରରେ ବିଦ୍ୟୁତ ସଂଯୋଗ ପାଇଁ ବର୍ତ୍ତମାନ ୩୭୦୦ ଜଣ ଲୋକ ନିୟୋଜିତ ଅଛନ୍ତି।

ଜିଏସ୍‌ଟି ରିଟର୍ଣ୍ଣର ଅବଧି ବଢ଼ିଛି। ବାତ୍ୟା ପ୍ରଭାବିତ ୧୪ ଜିଲ୍ଲା ପାଇଁ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି। ଜିଏସ୍‌ଟିଆର-୧ ପାଇଁ ୧୦ ଜୁନ୍‌ ଯାଏ ଅବଧି ବଢ଼ିଥିବା ବେଳେ ଜିଏସଟିଆର-୩ବି ପାଇଁ ଜୁନ୍‌ ୨୦ ଯାଏ ସମୟ ପରିବର୍ତ୍ତନ କରାଯାଇଛି। ସେହିପରି ଇପିଏଫ୍‌ ପାଇଁ ଅବଧି ଜୁନ୍‌ ୨୦ ଓ ଇଏସ୍‌ଆଇ ପାଇଁ ଅବଧି ଜୁନ୍‌ ୧୫ ଯାଏ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe