Maoist Returns Home: ୪୧ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି.....

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି.....

41 Maoists surrender

41 Maoists surrender Photograph: (sambad.in)

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। 

ଦୀର୍ଘ ଦିନ ଧରି ଏମାନେ ମାଓ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ଏମାନଙ୍କ ମଧ୍ୟରେ ଡିଭିସିଏମ,ଏସିଏମ,ସିପିସିଏମ,ପ୍ଲାଟୁନ କମିଟି ସଦସ୍ୟ,ପିଏଲଜିଏ ସଦସ୍ୟ ରହିଛନ୍ତି।

ଆହୁରି ପଢ଼ନ୍ତୁ:Drinking water supply project: ୫ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ମନ୍ଥର

 ଛତିଶଗଡ଼ର ନକ୍ସଲ

ସେମାନେ ଏକେ-୪୭,ଇନସାସ,ଏସଏଲଆର,୩୦୩ ବନ୍ଧୁକ,ସିଙ୍ଗଲ ସଟ୍ ରାଇଫଲ,ଏଲଏମଜି,ବିଏଲଜିଏ ବନ୍ଧୁକ,ଏୟାର ଗନ ଭଳି ୨୪ ପ୍ରକାର ଅସ୍ତ୍ରଶସ୍ତ୍ର ପୁଲିସ ନିକଟରେ ହସ୍ତାନ୍ତର କରିଛନ୍ତି। ସମସ୍ତ ନକ୍ସଲ ଛତିଶଗଡ଼ର ଅଂଚଳର ବୋଲି ଜଣାପଡିଛି। 

ଦୀର୍ଘ ଦିନ ଧରି ତେଲେଙ୍ଗାନା ଏରିଆ କମିଟି ସମେତ ଛତିଶଗଡ ଏବଂ ଓଡ଼ିଶାରେ ମଧ୍ୟ ଏମାନେ କାମ କରୁଥିଲେ। ଲଗାତାର ପୁଲିସର ଅପରେସନରେ ଏମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା କୁହାଯାଇଛି। ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ:Statue of Ramachandra Ulaaka: ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦ ତୁଟିଲା: ସର୍ବଦଳୀୟ ବୈଠକରେ ମୂର୍ତ୍ତି ସ୍ଥାନାନ୍ତର ନେଇ ନିଷ୍ପତ୍ତି

ଏତେ ସଂଖ୍ୟକ ନକ୍ସଲ ଦଳ ଛାଡିବା ପରେ ଦଳ ଏକ ପ୍ରକାର ଦୁର୍ବଳ ହୋଇଥିବା ପୁଲିସ କହିଛି। ଦଳକୁ ବଡ ଝଟକା ଲାଗିଥିବା କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଜଂଗଲରେ ବୁଲୁଥିବା ଅନ୍ୟ ନକ୍ସଲମାନେ ମଧ୍ୟ ମୁଖ୍ୟଧାରାରେ ସାମିଲ ହେବେ ବୋଲି ପୁଲିସ ଆଶା ପ୍ରକଟ କରିଛି।


ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe