ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ; ୨୦ ମାଓ ଉପଦ୍ରୁତ  ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ଯାଏଁ ଭୋଟ୍

Advertisment
ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ; ୨୦ ମାଓ ଉପଦ୍ରୁତ  ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ଯାଏଁ ଭୋଟ୍

ଭୁବନେଶ୍ୱର: ଆଜି  ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ଖବର ଆସିନାହିଁ। ଏଥିସହ ସେ ସୂଚନା ଦେଇଥିଲେ କି ୨୮ଟିରୁ ୨୦ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ମାଓ ଉପଦ୍ରୁତ ହୋଇଥିବାରୁ ସେଠାରେ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ। ମାତ୍ର ୪ଟା ସୁଦ୍ଧା ଧାଡ଼ିରେ ଥିବା ମତଦାତା ଭୋଟ ଦେଇପାରିବେ।  ଅନ୍ୟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସଂଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ।

publive-image

ଅପରପକ୍ଷରେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବାର ସୂଚନା ମିଳିଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁରରେ ଅପରାହ୍ନ ୧ଟା ସୁଦ୍ଧା ୩୪, ବିଷମକଟକରେ ୩୧, ରାୟଗଡ଼ାରେ ୩୨ ଏବଂ ନବରଙ୍ଗପୁରରେ ୪୪.୬୬ ପ୍ରତିଶତ ଭୋଟିଂ ହୋଇଛି।

ଆଜି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଇଭିଏମର  ତ୍ରୁଟି ଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା। ଏ ସଂପର୍କରେ ମତ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, କିଛି ନିର୍ବାଚନ ମଣ୍ଡଳୀରୁ ଇଭିଏମରେ ଗଡ଼ବଡ଼ି ଖବର ଆସିଥିଲା। ଆମର ସେକ୍ଟର ଅଫିସରମାନେ ଅଧଘଣ୍ଟା ମଧ୍ୟରେ ଏସବୁ ବଦଳାଇ ନୂଆ ମେସିନ ଦେଇଛନ୍ତି। ମତଦାନ ବେଶୀ ବିଳମ୍ବିତ ହୋଇନାହୖିଁ।

କଳାହାଣ୍ଡିର କଂଗ୍ରେସ ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ତଥା ଭବାନୀପାଟଣା କଂଗ୍ରେସ ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ଏବଂ ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ କଂଗ୍ରେସର ଜୟପୁର ବିଧାନସଭା ପ୍ରାର୍ଥୀ ତାରା ବାହିନୀପତି ଏବଂ ରାୟଗଡ଼ା ବିଜେଡି ବିଧାନସଭା ପ୍ରାର୍ଥୀ ଲାଲ ବିହାରୀ ହିମରିକା ପ୍ରମୁଖଙ୍କ ସମେତ ବହୁ ପ୍ରାର୍ଥୀ  ଇତିମଧ୍ୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe