ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ୪୧ ପ୍ରଫେସର

Advertisment

ସପ୍ତାହକ ପରେ ସରିବ ଅସ୍ଥାୟୀ କୁଳପତିଙ୍କ କାର୍ଯ୍ୟକାଳ, ଉତ୍କଳରୁ ୪ ଓ ଏଫ୍‌ଏମ୍‌ରୁ ୩ ଆଶାୟୀ

ସପ୍ତାହକ ପରେ ସରିବ ଅସ୍ଥାୟୀ କୁଳପତିଙ୍କ କାର୍ଯ୍ୟକାଳ, ଉତ୍କଳରୁ ୪ ଓ ଏଫ୍‌ଏମ୍‌ରୁ ୩ ଆଶାୟୀ

ପ୍ରକାଶ ପାଇଲା ଏଫ୍‌ଏମୟୁ ଯୁକ୍ତ ତିନି ପରୀକ୍ଷା ଫଳ

.fmuniversity.nic.in

ବାଲେଶ୍ବର : ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ‌ରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ଅସ୍ଥାୟୀ କୁଳପତି ଦାୟିତ୍ବରେ ଥିବା ଉତ୍ତରଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବାସାଙ୍କ ତିନି ମାସିଆ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ସରିବାକୁ ଯାଉଛି। ତେଣୁ ତା’ ପୂର୍ବରୁ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ପ୍ରକ୍ରିୟା ସାରିବାକୁ ରାଜଭବନରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କୁଳପତି ଦୌଡ଼ରେ ୪୬ ଜଣ ପ୍ରଫେସର ସାମିଲ ହୋଇଥିବା ବେଳେ ୩ ଜଣିଆ ଚୟନ କମିଟି ଗଠନ କରାଯାଇଛି।

ଚୟନ କମିଟି ଆବେଦନକାରୀଙ୍କ ସାକ୍ଷାତକାର ନେବା ପରେ ୩ ଜଣ ପ୍ରଫେସରଙ୍କ ନାମତାଲିକା ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ନିକଟକୁ ସୁପାରିଶ କରିବେ। କୁଳାଧିପତି ସେମାନଙ୍କ ସାକ୍ଷାତକାର ନେବା ପରେ ଜଣକୁ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ଦିଆଯିବ। ଏଥିପାଇଁ ମେ’ ୨୧ରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନକାରୀଙ୍କ ତାଲିକା ପ୍ରକ‌ାଶ ପାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୪୧ ଜଣ ପ୍ରଫେସର ଆବେଦନ କରିଥିବାବେଳେ ଏହି ତାଲିକାରେ ୨ ଜଣ ପୂର୍ବତନ କୁଳପତି ଏବଂ ଗତଥର ବିଶ୍ବବିଦ୍ୟାଳୟ କୁଳପତି ଚୟନ ଚୂଡ଼ାନ୍ତ ତାଲିକାରେ ଥିବା ଦୁଇ ଜଣ ପ୍ରଫେସର ମଧ୍ୟ ଅଛନ୍ତି। ଏମାନଙ୍କ ବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟରୁ ୪ ଜଣ ଓ ଫକୀରମୋହନ ବିଶ୍ବବିଦ୍ୟାଳୟରୁ ୩ ଜଣ ପ୍ରଫେସର କୁଳପତି ପଦ ପାଇଁ ଆଶାୟୀ ଅଛନ୍ତି।

ପ୍ରକାଶଥାଉକି, ୨୦୨୦ ମସିହା ଡିସେମ୍ବର ୭ ତାରିଖରେ ପ୍ରଫେସର ଦୀନବନ୍ଧୁ ସାହୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଇନୋଭେସନ୍ ସେଣ୍ଟରର ନିର୍ଦ୍ଦେଶକ ପଦ ଛାଡ଼ି ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ମାତ୍ର ୪ ମାସ ପରେ ଏପ୍ରିଲ ୧୩ ତାରିଖରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ପ୍ରଫେସର ସାହୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏପ୍ରିଲ ୧୪ ତାରିଖରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର ବାସାଙ୍କୁ ୩ ମାସ ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe