ଚନ୍ଦ୍ରପୁର ହାଇସ୍କୁଲର ୪୧ ଅନ୍ତେବାସୀ କରୋନା ପଜିଟିଭ

Advertisment
ଚନ୍ଦ୍ରପୁର ହାଇସ୍କୁଲର ୪୧ ଅନ୍ତେବାସୀ କରୋନା ପଜିଟିଭ

ରାୟଗଡ଼ା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଚନ୍ଦ୍ରପୁର ହାଇସ୍କୁଲର ୪୧ ଅନ୍ତେବାସୀ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଜଣଙ୍କ ନିକଟରେ ବି ଲକ୍ଷଣ ନାହିଁ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ। ଗତକାଲି ହାଇସ୍କୁଲର ଜଣେ ଛାତ୍ର ଅସୁସ୍ଥ ଅନୁଭବ କରିବା ପରେ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ। ସନ୍ଦେହରେ ସ୍କୁଲ କର୍ତ୍ତୃପକ୍ଷ ହଷ୍ଟେଲରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱତନ୍ତ୍ର ମେଡିକାଲ ଟିମ ସ୍କୁଲରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ୪୧ ଜଣଙ୍କ ନିକଟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା। ମେଡିକାଲ ଟିମ ପକ୍ଷରୁ ସମସ୍ତଙ୍କୁ ମେଡ଼ିସିନ ପ୍ରଦାନ କରାଯିବା ସହ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe