ପ୍ରଶାସନର ଭୁଲ୍‌ ପାଇଁ ଭୋଟଦାନରୁ ବଞ୍ଚିତ ହେଲେ ୪୧୭ ଭୋଟର

Advertisment
ପ୍ରଶାସନର ଭୁଲ୍‌ ପାଇଁ ଭୋଟଦାନରୁ ବଞ୍ଚିତ ହେଲେ ୪୧୭ ଭୋଟର

ଖୁଣ୍ଟା: ସରକାରୀ ବାବୁମାନଙ୍କର ଅପାରଗତା ପାଇଁ ଭୋଟ ବର୍ଜନ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ ବଡ଼ଫେଣି ପଞ୍ଚାୟତ ୩ ନମ୍ବର ୱାର୍ଡ ସାର୍ଜମଡିହି ଗ୍ରାମରେ। ଡାହିସାହି, ନୂଆସାହି ଓ ରନ୍ତାସାହିକୁ ନେଇ ଗଠିତ ଏହି ଗ୍ରାମରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ୪୧୪ ଜଣ ଓ ୨୦୧୯ ସାଧାରଣ ନିର୍ବାଚନରେ ୪୧୭ ଜଣ ଭୋଟର ରହିଥିବା ନେଇ ସରକାରୀସ୍ତରରେ ଭୋଟର ଚିଠା ତାଲିକା ପ୍ରକାଶ ପାଇଥିଲା।

ସେହିପରି ଚଳିତ ନିର୍ବାଚନ ପାଇଁ ନୂତନ ଭୋଟରମାନେ ମଧ୍ୟ ନିଜର ନାମ ପଞ୍ଜିକୃତ କରିଥିଲେ। ମାତ୍ର ସରକାରୀସ୍ତରରେ ଯେଉଁ ନୂତନ ଭୋଟର ତାଲିକା ପ୍ରକାଶ ପାଇଲା ସେଥିରେ ଗ୍ରାମର ୮୦ ପ୍ରତିଶତରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିଥିଲା। ମାତ୍ର ୬୮ ଜଣଙ୍କ ଭୋଟରଙ୍କ ନାମ ତାଲିକାରେ ରହିଥିବାରୁ ଏ ନେଇ ଗ୍ରାମବାସୀ ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏ ନେଇ ପ୍ରଶାସନ ତତ୍ପରତା ଦେଖାଇ ନଥିଲା। ଏହାର ପ୍ରତିବାଦରେ ଆଜି ନୂତନ ଭୋଟର ତାଲିକାରେ ଥିବା ୬୮ ଜଣ ଭୋଟର ଭୋଟ୍‌ ଦେଇନଥିବା ବେଳେ ଅନ୍ୟମାନେ ଭୋଟଦାନରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe