୪୧୮୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି

Advertisment
୪୧୮୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଜି ରାଜ୍ୟରେ ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୧୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ‌ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

publive-image image source--long island press

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୪, ଗଞ୍ଜାମ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୭୩, ବାଲେଶ୍ବର ଜିଲ୍ଲାରୁ ୧୩୩, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୮୧, ରାୟଗଡ଼ା ଜିଲ୍ଲାରୁ ୧୬୦, ପୁରୀ ଜିଲ୍ଲାରୁ ୧୬୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬, ଜଗତସିଂହପୁର ଜିଲ୍ଲାରୁ ୧୨୩, ସମ୍ବଲପୁର ଜିଲ୍ଲାରୁ ୧୨୭, କଳାହାଣ୍ଡି ଜିଲ୍ଲାରୁ ୬୭, ଯାଜପୁର ଜିଲ୍ଲାରୁ ୧୮୪, କନ୍ଧମାଳ ଜିଲ୍ଲାରୁ ୭୭, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୧, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୧୬୩ , ଝାରସୁଗୁଡ଼ା ଜିଲ୍ଲାରୁ ୮୩, ଢେଙ୍କାନାଳ ଜିଲ୍ଲାରୁ ୬୭, ନବରଙ୍ଗପୁର ଜିଲ୍ଲାରୁ ୭୩, କେନ୍ଦୁଝର ଜିଲ୍ଲାରୁ ୭୩, ସୁବର୍ଣ୍ଣପୁର ଜିଲ୍ଲାରୁ ୬୨, ଅନୁଗୁଳ ଜିଲ୍ଲାରୁ ୧୫୫, ବରଗଡ଼ ଜିଲ୍ଲାରୁ ୧୦୦, ନୂଆପଡ଼ା ଜିଲ୍ଲାରୁ ୫୪, ଦେବଗଡ଼ରୁ ୧୦ ଓ ବୌଦ୍ଧ ଜିଲ୍ଲାରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୧୪୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe