୧୧ ମାସରେ ଗଞ୍ଜାମର ୪୨ ଦାଦନ ମୃତ: କେରଳରେ ଜଣେ ଓ ସୁରତରେ ଜଣେ ଆଖି ବୁଜିଲେ

Advertisment

ଗଞ୍ଜାମ ଜିଲ୍ଲାରେ ଦାଦନ ଦୁଃଖ ନିତିଦିନିଆ ଘଟଣା ପାଲଟିଛି।  ଏଭଳି ସ୍ଥିତିରେ ଗତ ୧୪ରେ ଜଗନ୍ନାଥପ୍ରସାଦ ବ୍ଲକ୍ ଚଢ଼ିଆପଲ୍ଲୀ ଗ୍ରାମର ସନ୍ନ୍ୟାସୀ ବେହେରା (୩୫)ଙ୍କ ସୁରତରେ ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲାରେ ଦାଦନ ଦୁଃଖ ନିତିଦିନିଆ ଘଟଣା ପାଲଟିଛି।  ଏଭଳି ସ୍ଥିତିରେ ଗତ ୧୪ରେ ଜଗନ୍ନାଥପ୍ରସାଦ ବ୍ଲକ୍ ଚଢ଼ିଆପଲ୍ଲୀ ଗ୍ରାମର ସନ୍ନ୍ୟାସୀ ବେହେରା (୩୫)ଙ୍କ ସୁରତରେ ମୃତ୍ୟୁ ଘଟିଛି।

ggdjggjgj

ଜଗନ୍ନାଥପ୍ରସାଦ/ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦାଦନ ଦୁଃଖ ନିତିଦିନିଆ ଘଟଣା ପାଲଟିଛି।  ଏଭଳି ସ୍ଥିତିରେ ଗତ ୧୪ରେ ଜଗନ୍ନାଥପ୍ରସାଦ ବ୍ଲକ୍ ଚଢ଼ିଆପଲ୍ଲୀ ଗ୍ରାମର ସନ୍ନ୍ୟାସୀ ବେହେରା (୩୫)ଙ୍କ ସୁରତରେ ମୃତ୍ୟୁ ଘଟିଛି। ସେହିପରି କେରଳର ଏକ ଘରୋଇ କମ୍ପାନିରେ କାମ କରୁଥିବା ପାତ୍ରପୁର ଗ୍ରାମର ଡି.ଗଣପତି ରେଡ୍ଡୀଙ୍କ ପୁଅ ତ୍ରିନାଥ ରେଡ୍ଡୀ (୪୮) ହୃଦ୍‌ଘାତରେ ଆରପାରିକୁ ଚାଲିଯାଇଛନ୍ତି। ଏହାକୁ ମିଶାଇ ଗତ ୧୧ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୨ ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଲେଣି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ୬ ମାସ ତଳେ ଜଗନ୍ନାଥପ୍ରସାଦ ବ୍ଲକ୍ ଚଢ଼ିଆପଲ୍ଲୀ ଗ୍ରାମର ଦଣ୍ଡୁ ବେହେରାଙ୍କ ପୁଅ ସନ୍ନ୍ୟାସୀ ଦାଦନ ଖଟିବାକୁ ସୁରତ ପଳାଇଥିଲେ। ସେଠାରେ ହରିନଗର ଇଲାକାରେ ଥିବା ଏକ ସୂତାକଳରେ କାମ କରୁଥିଲେ। ଗତ ୧୩ ତାରିଖରେ ହଠାତ୍ ସୂତାକଳରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ରହୁଥିବା ଭଣଜା ତାଙ୍କୁ ଅର୍ଥାଭାବ କାରଣରୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରକ୍ତନମୁନା ପରୀକ୍ଷା ବେଳେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେବେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ସନ୍ନ୍ୟାସୀ ‌ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। 

ପତ୍ନୀ ରିଙ୍କିଙ୍କ ଆକୁଳ ନିବେଦନ ପରେ ସେଠାରେ ରହୁଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ଆଜି ସନ୍ନ୍ୟାସୀଙ୍କ ଶବ ଆମ୍ବୁଲାନ୍ସ୍ ଯୋଗେ ଗ୍ରାମରେ ପହଞ୍ଚିଥିଲା। ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା। ରୋଜଗାରିଆ ସନ୍ନ୍ୟାସୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇଛି। ତାଙ୍କର ଏକ ୬ ବର୍ଷର ପୁଅ ଓ ବାପାମାଆ ଅଛନ୍ତି। 
ସେହିପରି ପାତ୍ରପୁର ଗ୍ରାମର ତ୍ରିନାଥ କେରଳ‌ରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ଦୀପାବଳି ପାଇଁ ଗାଁକୁ ଆସି ପୁଣି କର୍ମସ୍ଥଳକୁ ଫେରିଥିଲେ। ଗତ ବୁଧବାର ଦିନ କମ୍ପାନିର ଗାଡ଼ିରେ ଡ୍ୟୁଟି କରିବାକୁ ଯିବା ବେଳେ ହଠାତ୍ ହୃଦ୍‌ଘାତ ଯୋଗୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାକାର ଏକ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଗତକାଲି ଗ୍ରାମରେ ଶବ ପହଞ୍ଚିବ‌ା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର ହୋଇଛି। ତ୍ରିନାଥ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ପତ୍ନୀ ଓ ଝିଅ ବେସାହାରା ପାଲଟିଛନ୍ତି। ଉଭୟ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe