ରଥଖଳା ଖବର : ୪୨ ତୁମ୍ବର ବିନ୍ଧ କାମ ଶେଷ

ରଥଖଳା ଖବର : ୪୨ ତୁମ୍ବର ବିନ୍ଧ କାମ ଶେଷ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ଅଷ୍ଟମ ଦିନ ଶେଷ ସୁଦ୍ଧା ୪୨ଟି ତୁମ୍ବର ୧୬ ଯୋଡ଼ା ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ତିନି ରଥର ତୁମ୍ବଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ।

publive-image

ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧଗୁଡ଼ିକର ଆବଶ୍ୟକତାକୁ ପରଖାଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ। ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ୧୦ଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା(ପ୍ରାୟ ୬/୭ ଇଞ୍ଚ ଲମ୍ବା) ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ଦୁଇଟି ଲେଖାଁଏ ଚକ ପାଇଁ ଆବଶ୍ୟକ ପନ୍ଧାରି ବଳା ନିର୍ମାଣ ହୋଇଛି। ରଥ ନିର୍ମାଣରେ ଆଜି ୧୪୦ଜଣ ସେବକ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe