୪୨ଟି ବିଷଧର ସାପ ଓ ୧୪ ଅଣ୍ଡା ଉଦ୍ଧାର

Advertisment
୪୨ଟି ବିଷଧର ସାପ ଓ ୧୪ ଅଣ୍ଡା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ସହର ସମେତ ବିଭିନ୍ନ ଅଂଚଳରୁ ୪୨ଟି ବିଷଧର ସାପ ଏବଂ ୧୪ଟି ସାପଅଣ୍ତା ଉଦ୍ଧାର କରାଯାଇଛି। ସାପଧରାଳି କାର୍ତ୍ତିକ ସେଠୀ ଏହି ସବୁ ସାପଗୁଡ଼ିକ ଉଦ୍ଧାର କରିଛନ୍ତି। ଏହିସବୁ ସାପ ମଧ୍ୟରେ ତମ୍ପ, ନାଗ, ରଣା ଏବଂ ଚନ୍ଦ୍ରବୋଡ଼ା ଭଳି ଅନେକ ପ୍ରଜାତିର ବିଷଧର ସାପ ଅଛନ୍ତି। ଗୋଟିଏ ୫ ଫୁଟ୍‌ ଲମ୍ବର ବଡ଼ ନାଗସାପ ମଧ୍ୟ ରହିଛି।

ଏହାଛଡ଼ା ଛୋଟବଡ଼ ୬ଟି ତମ୍ପ, ଗୋଟିଏ ରଣା, ଗୋଟିଏ ଚନ୍ଦ୍ରବୋଡ଼ା ଏବଂ ୫ଟି ଛୋଟଛୋଟ ତମ୍ପସାପ ଛୁଆଙ୍କୁ ମିଶାଇ ମୋଟ୍ ୪୨ଟି ସାପ ସେ ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରିଥିବା କହିଛନ୍ତି। ଉଦ୍ଧାର ହୋଇଥିବା ୧୪ଟି ଅଣ୍ତାରୁ ୫ଟି ଛୁଆ ଫୁଟି ସାରିଥିବା ବେଳେ ଆଉ ୯ଟି ଫୁଟିବାକୁ ବାକି ରହିଛି। ସାରଗାଁ ପଂଚାୟତ ବିଦେଇ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୫ ଫୁଟ୍‌ ଲମ୍ବର ବଡ଼ ନାଗସାପଟି ପଶିଯିବା ଦେଖି ଘରଲୋକେ ଭୟଭୀତ ହୋଇ କାର୍ତ୍ତିକଙ୍କୁ ଖବର ଦେବା ପରେ ସେ ତାକୁ ଉଦ୍ଧାର କରିଥିଲେ। ସେହିପରି କୁରକୁରା, ବାହନଗା ବ୍ଲକ ପଣ୍ତାଶୁଣି, ଷଠି, ସଦର ବ୍ଲକ ରୁପ୍‌ସା ଅଂଚଳର ମିରିଗିମୁଣ୍ତି, ପାଖରାବାଡ଼, ହଦପଡ଼ା, ସହରର ପୁରୁଣାବା‌ଲେଶ୍ବର ପ୍ରଭୃତି ଅଂଚଳରୁ ଏହିସବୁ ସାପଗୁଡ଼ିକ ଉଦ୍ଧାର ହୋଇଥିବା ବେଳେ ସେଗୁଡ଼ିକୁ କୁଳଡିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି କାର୍ତ୍ତିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe