୪୨୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି

୪୨୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି

ଭୁବନେଶ୍ବର:  ଆଜି ରାଜ୍ୟରେ ୪୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

publive-image image source--long island press

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୭, ଗଞ୍ଜାମ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୭୮, ବାଲେଶ୍ବର ଜିଲ୍ଲାରୁ ୧୮୩, କୋରାପୁଟ ଜିଲ୍ଲାରୁ ୧୧୪, ଭଦ୍ରକ ଜିଲ୍ଲାରୁ ୪୩, ରାୟଗଡ଼ା ଜିଲ୍ଲାରୁ ୯୨, ପୁରୀ ଜିଲ୍ଲାରୁ ୩୨୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧, ଜଗତସିଂହପୁର ଜିଲ୍ଲାରୁ ୧୪୬, ସମ୍ବଲପୁର ଜିଲ୍ଲାରୁ ୧୫୪, କଳାହାଣ୍ଡି ଜିଲ୍ଲାରୁ ୯୦, ଯାଜପୁର ଜିଲ୍ଲାରୁ ୧୭୬, କନ୍ଧମାଳ ଜିଲ୍ଲାରୁ ୧୦୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୩, ମାଲକାନଗିରି ଜିଲ୍ଲାରୁ ୬୩, ଗଜପତି ଜିଲ୍ଲାରୁ ୪୩, ମୟୂରଭଞ୍ଜ ଜିଲ୍ଲାରୁ ୧୦୭ , ଝାରସୁଗୁଡ଼ା ଜିଲ୍ଲାରୁ ୮୦, ଢେଙ୍କାନାଳ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୧୦୨, କେନ୍ଦୁଝର ଜିଲ୍ଲାରୁ ୭୨, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଅନୁଗୁଳ ଜିଲ୍ଲାରୁ ୧୦୯, ବରଗଡ଼ ଜିଲ୍ଲାରୁ ୧୧୬, ନୂଆପଡ଼ା ଜିଲ୍ଲାରୁ ୫୨, ଦେବଗଡ଼ରୁ ୨୩ ଓ ବୌଦ୍ଧ ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୧,୩୭,୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୩୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe