4252 cattle killed in train collisions in 2019: East Coast Railway launches awareness campaign
ଭୁବନେଶ୍ବର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନରେ ଟ୍ରେନ୍ ଧକ୍କାରେ ଗୋରୁ ମୃତ୍ୟୁ ଘଟଣା ବୃଦ୍ଧି ପାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୫୨ ମାମଲା ରିପୋର୍ଟ ହୋଇଛି। ଏହି ସଂଖ୍ୟା ଯାହା ଗତ ବର୍ଷ ୮୨ ଥିଲା।
ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ରୋଡ୍ ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ଷ୍ଟେସନଗୁଡ଼ିକ ଅନ୍ତର୍ଗତ ରେଳ ଡିଭିଜନରେ ଏହି ଘଟଣାଗୁଡ଼ିକ ତିନିଗୁଣା ବୃଦ୍ଧି ପାଇଛି। ଯାହା ଫଳରେ ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବିଳମ୍ବ ହେଉଛି। ଏହି ଘଟଣା ପଶୁପାଳନ ଏବଂ ଟ୍ରେନ୍ ଚଳାଚଳ ଉଭୟ ପାଇଁ ବିପଦ ସୃଷ୍ଟି କରୁଛି।
ଏନେଇ ଖୋର୍ଦ୍ଧା ରୋଡ୍ ଡିଭିଜନ ରେଳ ଟ୍ରାକ୍ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଜନସଚେତନତା ଅଭିଯାନକୁ ତ୍ୱରାନ୍ୱିତ କରିଛି। ଏହି ପ୍ରୟାସର ଲକ୍ଷ୍ୟ ଟ୍ରେନ୍ରେ ଗୋରୁ ଧକ୍କା ଘଟଣାଗୁଡ଼ିକୁ ରୋକିବା। ଏଭଳି ଘଟଣା ଟ୍ରେନ୍ ସମୟସୂଚୀକୁ ବାଧାପ୍ରାପ୍ତ କରିବା ସହିତ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
ଗତ ପାଞ୍ଚ ବର୍ଷ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ଡିଭିଜନରେ ଟ୍ରେନ୍ ଧକ୍କାରେ ୫୦୧ ଗୋରୁଙ୍କ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ୨୦୨୩ ରେ୬୭,୨୦୨୨ ରେ୭୨ ଏବଂ ୨୦୨୧ ରେ ୨୮ ମାମଲା ରହିଛି। ଲୋକମାନେ ସେମାନଙ୍କ ଗାଈମାନଙ୍କୁ ଟ୍ରାକ୍ ପାଖରେ ଚରିବାକୁ ଛାଡ଼ି ଦେଉଛନ୍ତି। କିନ୍ତୁ ସେମାନଙ୍କ ଗତିବିଧି ଉପରେ ନଜର ରଖି ନଥାନ୍ତି। ଟ୍ରାକ୍ ପାଖରେ ଥିବା ସବୁଜ ଚାରଣଭୂମି ମଧ୍ୟ ପ୍ରାଣୀମାନଙ୍କୁ ଆକର୍ଷିତ କରିଥାଏ।
ଗାଈ ଅପେକ୍ଷା ଅଧିକ ଅଣ୍ଡିରା ବାଛୁରୀ ଏବଂ ଷଣ୍ଢ ଟ୍ରେନ୍ ସହିତ ଧକ୍କା ହେଉଥିବା ଜଣାପଡ଼ିଛି। କୃଷି ଉଦ୍ଦେଶ୍ୟରେ ବଳଦ ବ୍ୟବହାର ହ୍ରାସ ପାଇଥିବାରୁ ଅଣ୍ଡିରା ବାଛୁରୀ ଏବଂ ଷଣ୍ଢଙ୍କୁ ଗୁହାଳରେ ନରଖି ଲୋକେ ଛାଡ଼ି ଦେଉଛନ୍ତି। ଫଳରେ ସେମାନ ବାହାରେ ବୁଲୁଛନ୍ତି। ଅନେକ ଲୋକଙ୍କର ଗୋଶାଳା ନାହିଁ ଏବଂ ଗାଈମାନେ ମୁକ୍ତ ଭାବରେ ବିଚରଣ କରୁଛନ୍ନ୍ତି। ବଜାର ଅଞ୍ଚଳରେ, ଲୋକମାନେ ଟ୍ରାକ୍ ପାଖରେ ଅଳିଆ ଫିଙ୍ଗି ଦେଉଛନ୍ତି। ଏସବୁ ଅଳିଆ ଗୋରୁମାନଙ୍କୁ ଆକର୍ଷିତ କରୁଛି।
ଏହି ସମସ୍ୟାର ସମାଧାନ ପାଇଁ, ରେଳ ବିଭାଗ ରେଳ ବିଭାଗ ସହିତ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ବାଡ଼ ଦେବା ଏବଂ ସ୍ଥାନୀୟ ସଂସ୍ଥା ଏବଂ ଗ୍ରାମ କମିଟି ସହିତ ମିଳିତ ଭାବରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସମେତ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି। ରେଳ ବିଭାଗ ପୁଣି ଥରେ ଗ୍ରାମବାସୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଗୋରୁ ଚରାଇବା କିମ୍ବା ରେଳ ଟ୍ରାକ୍ ନିକଟରେ ସେମାନଙ୍କୁ ନ ଛାଡ଼ିବା ଲାଗି ରେଳବାଇ ଅନୁରୋଧ କରିଛି। ଏହା ରେଳ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ।
ଯାତ୍ରୀ ଏବଂ ପ୍ରାଣୀଙ୍କ ସୁରକ୍ଷା ଏକ ମିଳିତ ଦାୟିତ୍ୱ। ଟ୍ରେନ ପରିଚାଳନାରେ ସୁରକ୍ଷା ଏବଂ ଦକ୍ଷତା ବଜାୟ ରଖିବାରେ ସାମାଜିକ ଗୋଷ୍ଠୀଙ୍କର ସମ୍ପୃକ୍ତିକୁ ଖୋର୍ଦ୍ଧା ରୋଡ୍ ଡିଭିଜନ ଗୁରୁତ୍ବ ପ୍ରଦାନ କରି ସମସ୍ତଙ୍କୁ ସତର୍କ ରହିବା ଏବଂ ରେଳ ଟ୍ରାକ୍ ଜୋନ୍ଗୁଡ଼ିକୁ ପ୍ରତିବନ୍ଧକ ମୁକ୍ତ ରଖିବାକୁ ଅନୁରୋଧ କରାଯାଇଛି।
Follow Us