ବ୍ୟାସନଗର: ଅବକାରୀ ମୋବାଇଲ ସ୍କ୍ୱାଡ୍ ଆଜି ଯାଜପୁର ରୋଡ ଥାନା ଅନ୍ତର୍ଗତ ସୋବରା ଛକରେ ଚଢ଼ଉ କରି ଏକ ବାଇକ ସହ ୪୩ ଗ୍ରାମ ବ୍ରାଉନ ସୁଗାରଜବତ କରିଛି। ଏଥିସହ ନିଶା ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ନୂଆଗାଁ ଗ୍ରାମର ପଦନ କୁମାର ଦାସ। ୧୮୯/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶକ୍ରମେ ଅବକାରୀ ମୋବାଇଲ ସ୍କ୍ୱାଡ୍ ଇନ୍ସିପେକ୍ଟର ନାରାୟଣ ବେହେରା, ସବ୍-ଇନ୍ସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା, ଏଏସଆଇ କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ ଚଢ଼ଉରେ ସାମିଲ ହୋଇଥିଲେ।
୪୩ ଗ୍ରାମ ବ୍ରାଉନସୁଗାର ଜବତ, ନିଶା ବେପାରୀ ଗିରଫ
Advertisment
Follow Us