ମହିଳାଙ୍କଠାରୁ ୪୩ ହଜାର ଲୁଟ୍

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ବ୍ରଜରାଜନଗର: ତେଲେନପାଲି ବାବାପଡ଼ାର ସୁପ୍ରଭା ଦୀପଙ୍କଠାରୁ ଶନିବାର ଦିବାଲୋକରେ ୪୩ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ, ଲାମିବାହାଲ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ସୁପ୍ରଭା ତାଙ୍କ ଜେଜେମା ଶ୍ରୀମତି କୁମ୍ଭାର ଓ ଭାଇ ସହ ୪୩ ହଜାର ଟଙ୍କା ଉଠାଇବାକୁ ସ୍କୁଟିରେ ଯାଇଥିଲେ। ଉକ୍ତ ଟଙ୍କାକୁ ଏକ ବ୍ୟାଗରେ ରଖି ଘରକୁ ଫେରୁଥିବା ସମୟରେ ଗୋପବନ୍ଧୁ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ଜେଜେମା ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପିନେଇ ପଳାଇଥିଲେ।

ଏ ସମ୍ପର୍କରେ ସେମାନେ  ବ୍ରଜରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନଂ. ୫୬/୨୩ ଧାରା ୩୯୪ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି। ବ୍ୟାଙ୍କ ନିକଟରେ ଥିବା ସିସିଟିଭି ସହିତ ଅନ୍ୟାନ୍ୟ ସ୍ଥାନର ସିସିଟିଭି ମଧ୍ୟ ଯାଞ୍ଚ କରୁଛି ବ୍ରଜରାଜନଗର ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe