ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ, ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା

Advertisment
ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ, ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଦୁଇଟି ବୁଥକୁ ବାଦ୍ ଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ଭୋଟିଂ ହୋଇଛି। କୋଟିଆରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି। ସେଠାରେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ଭୋଟିଂ ହୋଇଛି।

ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥରେ ମତଦାନ ଜାରି ରହିଛି। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ପୁଲିସ ଅଧିକ ସତର୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe