୪୩୦ ପ୍ରକାରର ଔଷଧୀୟ ବିହନ ସଂରକ୍ଷଣ କେନ୍ଦ୍ରର ଲୋକାର୍ପଣ

Advertisment

ଗବେଷକ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପରିସରରେ ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଗବେଷକ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପରିସରରେ ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

kpt- hari pangi- bihan sarkhyan-1 (2)

କୋରାପୁଟ: ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଂଚାୟତର ତେନ୍ତୁଳିଗୁଡା ଠାରେ ବୈଦ୍ୟ ତଥା ଗବେଷକ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପରିସରରେ ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୩୦ପ୍ରକାରର ପାରମ୍ପରିକ ଔଷଧୀୟ ବିହନକୁ ସଂରକ୍ଷଣ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଯୋଗ ଦେଇ ଲୋକାର୍ପଣ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କୋରାପୁଟ ଡିଏଫଓ କେ.ଭି .ଭାସ୍କର ରାଓ, ପିଏ ଆଇଟିଡିଏ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ, ଡିଏଓ ଏମ୍ ପ୍ରକାଶ ରାଓ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଜୈବ ବିବିଧତା ବିଭାଗର ପ୍ରଫେସର ଶରତ କୁମାର ପାଳିତା ଏବଂ ଡ  ଦେବବ୍ରତ ପଣ୍ଡା, ସ୍ବେଚ୍ଛାସେବୀ ଶରତ ପଟ୍ଟନାୟକ ପ୍ରମୁଖ‌ ଯୋଗ ଦେଇଥିଲେ।

କୋରାପୁଟ ଜିଲ୍ଲାରେ ଔଷଧୀୟ ବୃକ୍ଷ ର ପ୍ରସାର ଓ ସଂରକ୍ଷଣ ନିମନ୍ତେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଜୈବ ବିବିଧତା ବିଭାଗ ଏହି କେନ୍ଦ୍ର ମାଧ୍ୟମରେ ଓ ଆଦିବାସୀ ସଂଗ୍ରାହକଙ୍କ ମାଧ୍ୟମରେ କିପରି କୋରାପୁଟ ଜିଲ୍ଲାର ପାରମ୍ପରିକ ଔଷଧୀୟ ସମ୍ପଦ ର ସୁରକ୍ଷା ତଥା ପ୍ରସାର ହୋଇପାରିବ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅନୁରୋଧ  କରିଥିଲେ। ଏଥି ପାଇଁ ପ୍ରକଳ୍ପ ରୂପରେଖ ପ୍ରସ୍ତୁତ କରିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ଦିଗରେ ସମ୍ପୂର୍ଣ ସହଯୋଗ ପ୍ରଦାନ କରିବା ବୋଲି କହିଥିଲେ ଜିଲ୍ଲାପାଳ।

ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ କାର୍ଯ୍ୟ କରି କୋରାପୁଟ ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ  ସମ୍ପର୍କରେ ସଫଳତାର ସହ ଗବେଷଣା ଜାରି ରଖିଛନ୍ତି। ଗତ କିଛିଦିନ ପୂର୍ବେ ଆମେରିକାର ଓରେଗାଓଁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିଲେ।

ପାରମ୍ପରିକ ବୈଦ୍ୟ ଭାବେ ତାଙ୍କ ଉପସ୍ଥାପନାରେ  କୋରାପୁଟର ଦେଓମାଳୀ ଓ ତତ୍ ସଂଲଗ୍ନ ଅନେକ ପର୍ବତରେ ଭରି ରହିଥିବା ଔଷଧୀୟ ସମ୍ପଦ ବିଷଲ୍ୟକରଣୀ, ଗଙ୍ଗଶିଉଳି,କୋଚିଲା, ଗୁଡମାରି ଭଳି ଏହି ଅଂଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷର ବର୍ଣ୍ଣନା କରି ସମ୍ମାନ ଅର୍ଜନ କରିଥିଲେ ଶ୍ରୀ ପାଙ୍ଗି।

ବର୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଔଷଧୀୟ ବୃକ୍ଷର ସନ୍ଧାନ କରି ସେଗୁଡିକର ବିହନ ସଂରକ୍ଷଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏକ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କରିବାର ଲକ୍ଷ୍ୟ ରଖିଥିବା ବେଳେ ବର୍ତମାନ ସୁଦ୍ଧା ସେମିଳିଗୁଡା ବ୍ଲକ ର ଡଲିଆମ୍ବରେ ପ୍ରତିଷ୍ଠା ହୋଇଥିବା ତାଙ୍କ ଗବେଷଣା କେନ୍ଦ୍ରରେ ଏ ପର୍ଯ୍ୟନ୍ତ ୪୩୦ପ୍ରକାରର ପାରମ୍ପରିକ ବିହନକୁ ସଂରକ୍ଷଣ କରିଥିବା କହିଛନ୍ତି ଶ୍ରୀ ପାଙ୍ଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe