ଭୁବନେଶ୍ବର: ଆଜି ରାଜ୍ୟରେ ୪୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ହଜାର ୪୫୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
image source--long island pressଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୦୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୧, ଗଞ୍ଜାମ ଜିଲ୍ଲାରୁ ୬୨, ବଲାଙ୍ଗୀର ଜିଲ୍ଲାରୁ ୭୬, ବାଲେଶ୍ବର ଜିଲ୍ଲାରୁ ୧୯୪, କୋରାପୁଟ ଜିଲ୍ଲାରୁ ୮୨, ଭଦ୍ରକ ୧୨୪, ରାୟଗଡ଼ା ଜିଲ୍ଲାରୁ ୧୨୧, ପୁରୀ ଜିଲ୍ଲାରୁ ୧୬୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୧୭୧, ସମ୍ବଲପୁର ଜିଲ୍ଲାରୁ ୮୧, କଳାହାଣ୍ଡି ଜିଲ୍ଲାରୁ ୭୧, ଯାଜପୁର ଜିଲ୍ଲାରୁ ୧୩୬, କନ୍ଧମାଳ ଜିଲ୍ଲାରୁ ୯୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯, ମାଲକାନଗିରି ଜିଲ୍ଲାରୁ ୨୮, ଗଜପତି ଜିଲ୍ଲାରୁ ୨୦, ମୟୂରଭଞ୍ଜ ଜିଲ୍ଲାରୁ ୧୫୩ , ଝାରସୁଗୁଡ଼ା ଜିଲ୍ଲାରୁ ୧୨୦, ଢେଙ୍କାନାଳ ଜିଲ୍ଲାରୁ ୮୪, ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୫୫, ସୁବର୍ଣ୍ଣପୁର ଜିଲ୍ଲାରୁ ୧୪, ଅନୁଗୁଳ ଜିଲ୍ଲାରୁ ୧୯୭, ବରଗଡ଼ ଜିଲ୍ଲାରୁ ୧୦୬, ନୂଆପଡ଼ା ଜିଲ୍ଲାରୁ ୧୭୩, ଦେବଗଡ଼ରୁ ୧୪ ଓ ବୌଦ୍ଧ ଜିଲ୍ଲାରୁ ୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୬୫,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୧୪୮ ରହିଛି।
Follow Us