ସତୀଚୌରା ଶ୍ମଶାନରେ ଗୋଟିଏ ଦିନରେ ଜଳିଲା ୪୪ ଜୁଇ

Advertisment
ସଂକ୍ରମଣ କମୁଛି, ଥମୁନି ମୃତ୍ୟୁ ତାଣ୍ଡବ; ଏବେ ବି ସତୀଚଉରାରେ ଜଳୁଛି ଅହରହ ଜୁଇ

New Indian Express

କଟକ : କରୋନା‌ର ୨ୟ ଲହରରେ ଗୋଟିଏ ଦିନରେ ୪୪ ଜୁଇ ରବିବାର ସତୀଚୌରାରେ ଜଳିଥିବା ସଂସ୍କାର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ଗତକାଲି ୧୯ଟି ଜୁଇ ଜଳିଥିବାବେଳେ ରବିବାର ଦେଖିବାକୁ ମିଳିଥିଲା ଛାତିଥରା ଦୃଶ୍ୟ। ସକାଳୁ ରାତି ପର୍ଯ୍ୟନ୍ତ ଲିଭି ନଥିଲା ଜୁଇ। ସଂପର୍କୀୟଙ୍କ କାନ୍ଦବୋବାଳିରେ ଫାଟିପଡୁଥିଲା ସତୀଚୌରା ଶ୍ମଶାନ। କଟକରେ ପ୍ରତିଦିନ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ସତୀଚୌରା କୋଭିଡ୍‌ ଶ୍ମଶାନରେ ଲିଭୁନି ଜୁଇ।

କିଏ କହୁଛି ସତ, ସରକାର ନା ସତିଚୌରା ଶ୍ମଶାନରେ ଜଳୁଥିବା ଜୁଇ। ଗୋଟିଏ ପଟେ ସରକାର କରୋନାଜନିତ ମୃତ୍ୟୁ ସଂଖ୍ୟା ଦର୍ଶାଇବାକୁ ଓ କେତେସଂଖ୍ୟକ ମୃତ୍ୟୁ ପ୍ରତିଦିନ କଟକ ଜିଲ୍ଲାରେ ଘଟୁଛି ସେ ସଂପର୍କରେ ତଥ୍ୟ ସ୍ପଷ୍ଟ କରୁନାହାନ୍ତି। ସରକାରୀ ତଥ୍ୟରେ ମଧ୍ୟ କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ଶୂନ୍‌ ବୋଲି ଦର୍ଶାଯାଉଛି। ଏଭଳି ସ୍ଥିତିରେ ପ୍ରତିଦିନ ଶ୍ମଶାନରେ କୋଭିଡ୍‌ କଟକଣା ଭିତରେ ଯେଉଁ ଏତେସଂଖ୍ୟକ ଜୁଇ ଜଳୁଛି, ସେସବୁ କାହାର? କ’ଣ ସମସ୍ତଙ୍କ ମୃତ୍ୟୁର କାରଣ ହୃଦ୍‌ରୋଗ, କିଡ୍‌ନି ଅଥବା ଅନ୍ୟ କିଛି? କୋଭିଡ୍‌ ଶ୍ମଶାନରେ ଜଳୁଥିବା ଜୁଇ ସବୁ କାହାର ବୋଲି ଅନେକ ମୃତକ ପରିବାର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe