ନୂଆ ୭୪ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା

ନୂଆ ୭୪ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା।

ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା।  ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୨ ଓ  ବାଲେଶ୍ବରରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି।

ଏହାଛଡ଼ା ଯାଜପୁର ଜିଲ୍ଲାର ୨, ପୁରୀର ୮, ଖୋର୍ଦ୍ଧା ଜିଲ୍ଲାର ୫, ଓ କଟକ ଜିଲ୍ଲାର ୬ ଜଣ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ୩୦୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe