ବଜାରରେ ଆଉ ୪୫ ନକଲି ଔଷଧ

Advertisment

ପାଟଣା, ରାୟପୁର ଔଷଧ ଉପରେ ସନ୍ଦେହ, ଫେରିଲାଣି କୋଟିଏ ଟଙ୍କାର ଔଷଧ

ପାଟଣା, ରାୟପୁର ଔଷଧ ଉପରେ ସନ୍ଦେହ, ଫେରିଲାଣି କୋଟିଏ ଟଙ୍କାର ଔଷଧ

ବିରଳ ରୋଗ ପାଇଁ ଆମଦାନି ଔଷଧ ଉପରୁ ଶୁଳ୍କ ଛାଡ଼

Image Courtesy of The Indian Express

କଟକ : ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍‌, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି, ସେଭଳି ଔଷଧର ନକଲି ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି ଅସାଧୁ ବେପାରୀ। ଏହିଧରଣର ପାଖାପାଖି ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍‌ର ନକଲି ଔଷଧ ବଜାରକୁ ଛଡ଼ା ଯାଇଥିବା ସୂଚନା ମିଳିଛି। ଗଲା ୩/୪ ମାସ ଭିତରେ ଏଭଳି କାରବାର ବଢ଼ିଥିବା କୁହାଯାଉଥିଲେ ବି ଏଭଳି ଜଘନ୍ୟ ଘଟଣା ସଂପର୍କରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଟେର୍ ନ ପାଇବା ଘଟଣା ଅନେକଙ୍କୁ ଚକିତ କରିଛି। ଜୀବନମରଣ ସହ ଜଡ଼ିତ ଔଷଧର ନକଲି କାରବାର ଉପରେ କଡ଼ା ନଜର ରଖିବାକୁ ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ କେତେ ସକ୍ଷମ, ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ବି ଏଭଳି ଘଟଣା ସାମ୍‌ନାକୁ ଆସିଛି। କିନ୍ତୁ, କିଛିଦିନର ହଟଚମଟ ପରେ ବିଭାଗ ହାତବାନ୍ଧି ବସି ଯାଉଥିବାରୁ ନକଲି କାରବାର ଏବେ ଏଭଳି ସ୍ତରରେ ପହଞ୍ଚି ଥିବା କୁହାଯାଉଛି।

publive-image BORGEN Magazine

ତଥ୍ୟ ଅନୁଯାୟୀ, ବିହାରର ପାଟଣା ଓ ଛତିଶଗଡ଼ର ରାୟପୁର ଏହି କାରବାରର ପେଣ୍ଠସ୍ଥଳ ପାଲଟିଛି। ବିଶେଷକରି, ଗଲା ୩/୪ ମାସ ଭିତରେ ଏହି ସବୁ ଅଞ୍ଚଳରୁ ଓଡ଼ିଶା ବଜାରକୁ ପଶିଛି ନକଲି ଔଷଧ। ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ଏଭଳି ଔଷଧ ଉପରେ ସନ୍ଦେହ ପ୍ରକାଶ କରି ତାହାକୁ ଫେରାଇ ଦେବାପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଉଛି। ଏଭଳି ହ୍ବାଟସ୍‌ଆପ୍‌ ମେସେଜ୍‌ ଦିଆଯାଇ ସ୍ଥିତି ବେକାବୁ ହେବାଉପରୁ ନକଲି ଔଷଧଗୁଡିକୁ ବଜାରରୁ ହଟାଇ ନିଆଯିବା ଯୋଜନା ଚାଲିଛି। ବ୍ୟବସାୟୀମାନେ ବି ଅଯଥା ବିବାଦରେ ନ ଫସିବା ପାଇଁ ସେମାନେ କିଣିଥିବା ଫାର୍ମକୁ ଔଷଧ ଫେରସ୍ତ କରିବା ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଭଳି ଫେରସ୍ତ ଔଷଧର ପରିମାଣ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ, ଏଭଳି ଘଟଣାକୁ ଡ୍ରଗ୍ସ କ‌ଣ୍ଟ୍ରାଲ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଧର୍ମଦେବ ପୁହାଣ ଅସ୍ବୀକାର କରିଛନ୍ତି। ଏଭଳି ଔଷଧ ନକଲିର ପ୍ରଚାର ମିଛ ବୋଲି ଶ୍ରୀ ପୁହାଣ କହିଛନ୍ତି।

ଅନ୍ୟପଟେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ କହିବାକଥା ହେଲା ବଜାରରେ ଏଭଳି ଆହୁରି ବହୁ ନକଲି ଔଷଧ ରହି ଥିବା ସନ୍ଦେହ କରାଯାଉଛି। ବିଶେଷକରି, ପାଟଣା ଓ ରାୟପୁରରୁ ଯାହା ଔଷଧ ଆସୁଛି ତାହାକୁ ନେଇ ସନ୍ଦେହ କରାଯାଉଛି। ଅନ୍ୟପଟେ ଟେଲ୍‌ମା -୪୦ ଔଷଧ ଜବତ ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଏକ ଟିମ୍‌ ଅଧିକ ତଦନ୍ତ ପାଇଁ ଆଜି ପାଟଣା, ଗୟା ଆଦି ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି। କିନ୍ତୁ, ସେ ରାଜ୍ୟରୁ ବିଶେଷ ସହଯୋଗ ଏଯାଏ ମିଳୁ ନ ଥିବାବେଳେ ଏହି ତଦନ୍ତ ପ୍ରକ୍ରିୟା କେତେଦୂର ସଫଳ ହେବ, ତାହାକୁ ନେଇ ବି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe