ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବଡ଼ବୋରସିଂ ପଞ୍ଚାୟତ ବାଙ୍କଲେଡ଼ି ଗ୍ରାମରେ ବାସି ଭୋଜି ଖାଇ ଶିଶୁ ଓ ପିଲାଙ୍କ ସମେତ ୪୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଖବର ମିଳିବା ସୁଦ୍ଧା ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। କିଛି ଶିଶୁଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।
ସୂଚନାନୁସାରେ, ଗତକାଲି ଗାଁରେ ଖଳା ଭୋଜି ହୋଇଥିଲା। ବଳକା ଥିବା ଭାତ, ଡାଲମା ଓ ଖଟା ଶିଶୁଙ୍କ ସମେତ ପିଲାମାନେ ଆଜି ଅପରାହ୍ଣରେ ଖାଇଥିଲେ। ଏହା ପରେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଖବର ଲେଖିବା ସୁଦ୍ଧା ବିଡିଓ ଶଶିଭୂଷଣ ମହାପାତ୍ରଙ୍କ ସମେତ ବେଲଗୁଣ୍ଠା ଓ ଗୋବରା ମେଡ଼ିକାଲ୍ ଅଧିକାରୀ ଡା.ବାଲୁଙ୍କେଶ୍ବର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ଟିମ୍ ଗ୍ରାମରେ ଡେରା ପକାଇ ଚିକିତ୍ସା ଚଳାଇଛନ୍ତି। ଗୁରୁତରଙ୍କୁ ଭଞ୍ଜନଗର ଡାକ୍ତରଖାନା ନେବା ବ୍ୟବସ୍ଥା ଚାଲିଛି।
Follow Us