ଚାକିରି କରାଇଦେବା ନାଁରେ ୪୫ହଜାର ଠକେଇ, ଜଣେ ଗିରଫ

Advertisment
ଚାକିରି କରାଇଦେବା ନାଁରେ ୪୫ହଜାର ଠକେଇ, ଜଣେ ଗିରଫ

Deccan Herald

ସିଂହପୁର: ଚାକିରି କରାଇ ଦେବା ନାଁରେ ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମରେ ହୋଇଥିବା ଠକେଇ ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଯାଜପୁର ଟାଉନ ଥାନା ଅନ୍ତର୍ଗତ କପାସୀ ଗ୍ରାମର ଶ୍ରୀଧର ସାହୁ। ଗତବର୍ଷ ଅଭିଯୁକ୍ତ ଶ୍ରୀଧର ଚାକିରି କରାଇଦେବାକୁ କହି ବାଙ୍ଗରା ଗ୍ରାମର ରାଜେନ୍ଦ୍ର ନନ୍ଦଙ୍କ ପୁଅ ଶେଖରଙ୍କ ଠାରୁ ୨୦ ହଜାର ଓ ତାଙ୍କ ଜ୍ବାଇଁ ସୁବାସ ଚନ୍ଦ୍ର ମିଶ୍ରଙ୍କ ଠାରୁ ୨୫ ହଜାର ଟଙ୍କା ନେଇଥିଲା।

ଚାକିରି କରାଇ ନଦେବାରୁ ରାଜେନ୍ଦ୍ର ଅଭିଯୁକ୍ତ ଶ୍ରୀଧରକୁ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ଶ୍ରୀଧର ଧରାଛୁଆଁ ଦେଇନଥିଲା। ଏନେଇ ଶ୍ରୀ ନନ୍ଦ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ନମ୍ବର ୪୫୮/୨୧ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe