ରଜରେ ରକ୍ତରଂଜିତ ମା’ରାମଚଣ୍ଡୀ ପୀଠ: ୪୬ଟି ପଶୁ ବଳି

ରଜରେ ରକ୍ତରଂଜିତ ମା’ରାମଚଣ୍ଡୀ ପୀଠ: ୪୬ଟି ପଶୁ ବଳି

ପଟ୍ଟାମୁଣ୍ଡାଇ : ରଜ ସଂକ୍ରାନ୍ତିରେ ରକ୍ତରଂଜିତ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମସ୍ଥିତ ମା’ ରାମଚଣ୍ଡୀ ଶକ୍ତିପୀଠ। ଆଜି ଏଠାରେ ୪୬ଟି ପଶୁ ବଳି ପଡ଼ିଛି।

ଆଜି ଦିନ ୧୧ଟାଠାରୁ ଏହି ପଶୁବଳି ପଡିବା ଆରମ୍ଭ ହୋଇଥିଲା। ପ୍ରଥମେ ବଳି ପଡିବାକୁ ଥିବା ଛେଳି ଓ ମେଣ୍ଢାମାନଙ୍କୁ ପୂଜା ଅର୍ଚ୍ଚନା କରିବା ଠାକୁରାଣୀଙ୍କ ରାଉଳ ବଳି ପକାଇଥିଲେ। ଗତକିଛି ବର୍ଷ ତଳେ ଏହି ଶକ୍ତି ପୀଠରେ ବଳି ବନ୍ଦ ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଫଳରେ ଗୋଟିଏ ବର୍ଷ ବଳି ବନ୍ଦ ରହିଥିଲା। ମାତ୍ର ଠାକୁରାଣୀଙ୍କ ସ୍ୱପ୍ନାଦେଶ ଯୋଗୁ ପୁଣି ଏହି ପ୍ରଥା ଆରମ୍ଭ ହୋଇଥିବା କୁହାଯାଉଛି। ବଳିପ୍ରଥାକୁ ବନ୍ଦ କରିବା ଲାଗି ଜିଲ୍ଲାସ୍ତରରେ ଜୀବନିଷ୍ଠୁରତା ନିବାରଣ ସମିତି ଗଠିତ ହୋଇ ମିଳିତ ଭାବେ ଜିଳ୍ଲାପାଳ ଓ ଏସପି ଏହାର ମୁଖ୍ୟ ରହିଥିଲେ। ମାତ୍ର ଏହି ବଳି ବନ୍ଦ ପାଇଁ କେହି ଉଦ୍ୟମ କରିନଥିଲେ। ପଟ୍ଟାମୁଣ୍ଡାଇ ପଶୁବଳି ମଞ୍ଚର ଆବାହକ ଦିବାକର ବିଶ୍ୱାଳ କହିଛନ୍ତି ଯେ ଗତ ୫ବର୍ଷ ପୂର୍ବେ ବଳି ବିରୋଧରେ ସେ ଏଠାରେ ଧାରଣାରେ ବସିଥିଲେ। ମାତ୍ର ଏହାପରେ କେହି ଉଦ୍ୟମ ନକରିବାରୁ ପୁଣି ଏଠାରେ ବଳି ପଡିବା ଆରମ୍ଭ ହୋଇଛି। ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବେ ବୋଲି କହିଛନ୍ତି। ଜୀବଜନ୍ତୁଙ୍କ ପାଇଁ କାମରୁଥିବା ପରିବେଶବିତ ବିଜୟ କୁମାର କବି ଏହି ବଳି ପଡିବା ଘଟଣାକୁ ନିନ୍ଦା କରିଛନ୍ତି। ଏହାଛଡା ପଟ୍ଟାମୁଣ୍ଡାଇର ଅନ୍ୟଏକ ଶକ୍ତିପୀଠ ମାବୁଢ଼ି ଜାଗୁଳାଇ ଓସଙ୍ଗରା ଠାରେ ଆଜି ବିଳମ୍ବିତ ରାତିରେ ଶତାଧିକ ବଳି ପଡିବାର କାର୍ଯ୍ୟକ୍ରମ ରହିଛି। ରଜସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ପୂଜା ଅର୍ଚ୍ଚନା ପରେ ଏଠାର ବଳି ପଡିବ। ଏହି ଉପଲକ୍ଷେ ସେଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe